ଲଣ୍ଡନ,୨୬|୦୬:ଶୁକ୍ରବାରଠାରୁ ଭାରତ ଏବଂ ଆୟାରଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବ ଟି୨୦ସିରିଜ୍ । ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍ ଫ୍ୟାନ୍ସ । କାରଣ ପଦାର୍ପଣ କରିବାକୁ ଯାଉଛନ୍ତି୧୫ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଚୂଡାନ୍ତ ତାଲିକା ପ୍ରକାଶ ହୋଇନଥିଲେ ବି ସେ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ତେବେ ମୁକାବିଲା ପୂର୍ବରୁ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି ବୈଭବ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ରିପୋର୍ଟ ଅନୁସାରେ, ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବୈଭବ ନେଟ୍ସରେ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି । ତାଙ୍କ ସହ ଅନ୍ୟ ସିନିୟର ଖେଳାଳି ମଧ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, ଏକ ସ୍ୱତନ୍ତ୍ର ଆରମ୍ଭ । ଭାରତୀୟ ଦଳର ନେଟ୍ସରେ ବୈଭବଙ୍କ ପ୍ରଥମ ଝଲକ । ସେ ପୂରା ଏକାଗ୍ରତା ଏବଂ ଆତ୍ମବିଶ୍ୱାସ ସହ ବ୍ୟାଟିଂ କରୁଛନ୍ତି । ତାଙ୍କୁ ଅର୍ଶଦୀପ ସିଂ, ଓ୍ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ତିଲକ ବର୍ମା ଆଦି ବୋଲିଂ କରିଥିଲେ । ସମସ୍ତଙ୍କ ବଲକୁ ସେ ବଡ ବଡ ସଟ୍ ମାରିଥିଲେ ।

Also Read :- ଆଜି ଭାଙ୍ଗିବ ସଚିନଙ୍କ ରେକର୍ଡ ! ପଡିଆରେ ଦମ୍ ଦେଖାଇବେ ବୈଭବ...ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ

ଭାରତୀୟ ସିନିୟର ଦଳରେ ଅଭ୍ୟାସ କରିବା ବୈଭବଙ୍କ ପାଇଁ ନିଶ୍ଚୟ ଭାବେ ବଡ କଥା । ତାଙ୍କ କ୍ୟାରିୟରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ସେ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି । ନିକଟରେ ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲରେ ତାଙ୍କ ବ୍ୟାଟରୁ୨୯ବଲରୁ୯୪ରନ୍ ବାହାରିଥିଲା । ଏହା ପୂର୍ବରୁ ଆଇପିଏଲରେ ସେ୭୭୬ରନ୍ ହାସଲ କରି ଅରେଞ୍ଜ୍ କ୍ୟାପ୍ ଜିତିଥିଲେ ।

ସୂଚନାଯୋଗ୍ୟ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ୨୬ରୁ୨୮ମଧ୍ୟରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଟି୨୦ସିରିଜ୍ ଖେଳିବ । ଚୂଡାନ୍ତ ଏକାଦଶରେ କାହାକୁ ସୁଯୋଗ ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ବୈଭବଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଯଦି ତାଙ୍କୁ ସୁଯୋଗ ମିଳେ ତାହାରେ ନୂଆ ରେକର୍ଡ ପ୍ରତିଷ୍ଠା ହେବ ।