ନୂଆଦିଲ୍ଲୀ: ଭାରତ ବିରୋଧୀ ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଉତ୍ତେଜନା ଦେଖାଦେଇଛି । ହାଦିଙ୍କ ହତ୍ୟାକାରୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶର ରାଜଧାନୀ ଢାକା ଏବଂ ଅନ୍ୟାନ୍ୟ ସହରରେ ହିଂସା ଦେଖାଦେଇଥିଲା । ଅନେକ ଅଞ୍ଚଳରେ ଭିଡ଼ ବ୍ୟାପକ ପୋଡ଼ାଜଳା କରିଥିଲା। ଯଦିଓ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ସଂଯମତା ପାଇଁ ନିବେଦନ କରିଛନ୍ତି, ତଥାପି ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି।

ଏହାରି ମଧ୍ୟରେ, ପୂର୍ବତନ ଭାରତୀୟ RAW ଏଜେଣ୍ଟ ଲକି ବିଷ୍ଟ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଜମାତ-ଏ-ଇସଲାମି ନେତା ୟୁନୁସ ଖାନ ଏବଂ ISI ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ସେମାନେ ନିର୍ବାଚନ ଜିତିବା ପାଇଁ ଏବଂ ଆୱାମୀ ଲିଗ୍ ଓ ଭାରତ ବିରୁଦ୍ଧରେ ଘୃଣା ପ୍ରସାର କରିବା ପାଇଁ ନିଜ ନେତାମାନଙ୍କୁ ମଧ୍ୟ ହତ୍ୟା କରନ୍ତି। ସେ କହିଛନ୍ତି ଯେ, ହାଦିଙ୍କ ମୃତ୍ୟୁ ଘଟଣାସ୍ଥଳେ ହୋଇଥିଲା, କିନ୍ତୁ ବାଂଲାଦେଶୀ ସରକାର ତାଙ୍କ ମୃତଦେହକୁ ଦେଖାଇବା ପାଇଁ ସିଙ୍ଗାପୁର ପଠାଇଥିଲେ। ସେ ଜଣେ ବାଂଲାଦେଶୀ ଅଧିକାରୀଙ୍କ ଭିଡିଓ ମଧ୍ୟ ଦେଖାଇଛନ୍ତି । ଯେଉଁଥିରେ ଅଧିକାରୀଜଣଙ୍କ କହୁଛନ୍ତି, ପିଲାଟିକୁ ବଲି କା ବକରା କରିଦିଆଗଲା ।

ସେ କହିଛନ୍ତି ଯେ, ଯଦି ବାଂଲାଦେଶର ଲୋକମାନେ ସେମାନଙ୍କ ବର୍ତ୍ତମାନର ସରକାରଙ୍କ ଚତୁରତାକୁ ବୁଝି ନପାରନ୍ତି, ତେବେ ପାକିସ୍ତାନ ପୁଣି ଥରେ ବାଂଲାଦେଶକୁ ନିଜ ସହିତ ମିଶାଇଦେବ। ବାଂଲାଦେଶର ଲୋକମାନେ ବୁଝିବା ଉଚିତ ଯେ, ନିର୍ବାଚନ ପୂର୍ବରୁ କୌଣସି ଦଳ ନିଜ ବିରୋଧୀ ଦଳର ନେତାଙ୍କୁ ହତ୍ୟା କରେ ନାହିଁ । ଏହା ପଛରେ ଏକ ଷଡ଼ଯନ୍ତ୍ର ରହିଛି।

 
 
 
 
 
 
 
 
 
 
 
 
 
 
 

A post shared by Lucky Bisht (@iamluckybisht)

ସୂଚନାଯୋଗ୍ୟ, ଡିସେମ୍ବର ୧୨ ରେ କେନ୍ଦ୍ରୀୟ ଢାକାର ବିଜୟନଗର ଅଞ୍ଚଳରେ ମୁଖାପିନ୍ଧା ବନ୍ଧୁକଧାରୀମାନେ ଇନକିଲାବ ମଞ୍ଚର ମୁଖପାତ୍ର ହାଦିଙ୍କ ମୁଣ୍ଡକୁ ଗୁଳି କରିଥିଲେ । ସେ ତାଙ୍କର ନିର୍ବାଚନ ପ୍ରଚାର କରୁଥିଲେ। ପରେ, ସିଙ୍ଗାପୁରରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଦି ଶେଖ ହାସିନାଙ୍କ ବିରୋଧୀ ନେତା ଭାବରେ ବାଂଲାଦେଶରେ ପ୍ରସିଦ୍ଧ ଥିଲେ।

ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଉସମାନ ହାଦିଙ୍କ ମୃତ୍ୟୁ ପରେ ପାକିସ୍ତାନ ଏବଂ ଜମାତ-ଏ-ଇସଲାମି ସମର୍ଥିତ ଉଗ୍ରବାଦୀମାନେ ଯେଉଁ ହିଂସା ସୃଷ୍ଟି କରିଛନ୍ତି ତାହା ଫେବୃଆରୀ ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ଏକ ସୁଚିନ୍ତିତ ଚକ୍ରାନ୍ତ। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରର ବିଫଳତାକୁ ଲୁଚାଇବା ପାଇଁ ଭାରତକୁ ମିଛରେ ଦାୟୀ କରାଯାଉଛି । ୟୁନୁସ ସରକାର ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଲାଗି ଆବଶ୍ୟକ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।