ୱାଶିଂଟନ ଡିସି: ଭାରତ ବିରୁଦ୍ଧରେ ୫୦୦% ଶୁଳ୍କ ଲଗାଇବାକୁ ଦାବି କରୁଥିବା ଆମେରିକାର ସାଉଥ କାରୋଲିନା ସାଂସଦ ଲିଣ୍ଡସେ ଗ୍ରାହମଙ୍କ ପରଲୋକ ହୋଇଛି। ଟ୍ରମ୍ପଙ୍କ ଘନିଷ୍ଟ କୁହାଯାଉଥିବା ଗ୍ରାହମ ଶନିବାର(୧୧) ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ବୋଲି ରବିବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ଶନିବାର, ଜୁଲାଇ ୧୧ ସନ୍ଧ୍ୟାରେ, ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ସମୟରେ ସେନେଟର ଗ୍ରାହାମଙ୍କ ପରିବାର ଲୋକଙ୍କ ପ୍ରାର୍ଥନା କାମନା କରିବା ସହିତ ଏଭଳି କଷ୍ଟକର ସମୟରେ ଗୋପନୀୟତା ବଜାଇରଖିବାକୁ ଅନୁରୋଧ କରିଛନ୍ତି।" ତେବେ ଗ୍ରାହମଙ୍କୁ କେଉଁ ରୋଗ ହୋଇଥିଲା ସେ ନେଇ କୌଣସି ସୂଚନା ଦିଯାଇ ନାହିଁ।

ରିପବ୍ଲିକାନ୍ ନେତା ଲିଣ୍ଡସେ ଗ୍ରାହାମ୍ ୨୦୦୩ ମସିହାରୁ ଦକ୍ଷିଣ କାରୋଲିନାର ସିନେଟର ଭାବେ ଜିତି ଆସୁଛନ୍ତି। ଆମେରିକୀୟ ରାଜନୀତିରେ ସେ ଜଣେ ପ୍ରମୁଖ ବରିଷ୍ଠ ରାଜନେତା ଭାବେ ଗଣା ଯାଆନ୍ତି। ବର୍ଷ ବର୍ଷ ଧରି, ସେ ଅନେକ ପ୍ରମୁଖ ସିନେଟ୍ କମିଟିରେ କାର୍ଯ୍ୟ କରିଛନ୍ତି। ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ସମ୍ପର୍କରେ ତାଙ୍କର ତର୍କ ପାଇଁ ସେ ବିଦେଶରେ ବି ଖୁବ ଚର୍ଚ୍ଚିତ।

Also Read- ଓମାନ ଉପକୂଳରେ ଜାହାଜ ଉପରେ ଆଟାକ୍ : ୧୦ ଭାରତୀୟ ନାଗରିକ ଉଦ୍ଧାର, ଜଣେ ନିଖୋଜ

୨୦୧୬ ରାଷ୍ଟ୍ରପତି ପ୍ରଚାର ସମୟରେ ଗ୍ରାହମକ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଖର ସମାଲୋଚକ ଥିଲେ। ହେଲେ ପରେ ସେ ଟ୍ରମ୍ପଙ୍କ ସବୁଠାରୁ ଘନିଷ୍ଠ ସହଯୋଗୀ ଓ ସମର୍ଥକ ହୋଇଗଲେ। ସେ ରକ୍ଷଣଶୀଳ ଚିନ୍ତାଧାରରେ ସେ ପ୍ରଖର ପ୍ରଚାରକ ଥିଲେ।

ସିନେଟରେ ଯୋଗଦେବା ପୂର୍ବରୁ, ଗ୍ରାହାମ ୧୯୯୫ ରୁ ୨୦୦୩ ପର୍ଯ୍ୟନ୍ତ ଆମେରିକାର ପ୍ରତିନିଧି ସଭାରେ କାର୍ଯ୍ୟ କରିଥିଲେ ଏବଂ ଦକ୍ଷିଣ କାରୋଲିନା ପ୍ରତିନିଧି ସଭାର ସଦସ୍ୟ ମଧ୍ୟ ଥିଲେ। ତାଙ୍କର ଆଇନଗତ ପୃଷ୍ଠଭୂମି ଥିଲା ଏବଂ ସେ ଆମେରିକାର ବାୟୁସେନା ରିଜର୍ଭରେ ଜଣେ ସାମରିକ ଓକିଲ ଭାବରେ କାର୍ଯ୍ୟ କରିଥିଲେ।

ଗ୍ରାହାମ ୨୦୧୬ ନିର୍ବାଚନରେ ରିପବ୍ଲିକାନ୍ ରାଷ୍ଟ୍ରପତି ମନୋନୟନ ପାଇଁ ଦୌଡ଼ରେ ମଧ୍ୟ ପ୍ରବେଶ କରିଥିଲେ କିନ୍ତୁ ପ୍ରାଥମିକ ଭୋଟିଂ ଆରମ୍ଭ ହେବା ପୂର୍ବରୁ ପ୍ରତିଯୋଗିତାରୁ ଓହରି ଯାଇଥିଲେ।

ଭାରତ ବିରୁଦ୍ଧରେ ମୁଖର ଥିଲେ ଗ୍ରାହମ

ସିନେଟର ଲିଣ୍ଡସେ ଗ୍ରାହାମ ଭାରତ ଉପରେ ଆକ୍ରମଣାତ୍ମକ ଶୁଳ୍କ ଲଗାଇବାକୁ ସମର୍ଥନ କରୁଥିଲେ। ଯେଉଁ ଦେଶଗୁଡ଼ିକ ଋଷ ଠାରୁ ତେଲ କିଣୁଛନ୍ତି ସେମାନଙ୍କ ଉପରେ ୫୦୦% ପର୍ଯ୍ୟନ୍ତ ଜରିମାନା ଲଗାଇାକୁ ପ୍ରସ୍ତାବ ଦେଇଥିଲେ। ସେ "ଗ୍ରାହାମ-ବ୍ଲୁମେନ୍ଥାଲ୍ ପ୍ରତିବନ୍ଧକ ବିଲ୍" ନାମକ ଏକ ବିଲ ଆଣିଥିଲେ। ଯେଉଁଥିରେ ରୁଷ ସହିତ ଶକ୍ତି ବାଣିଜ୍ୟ କରୁଥିବା ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଯାହା ଭାରତର ତୈଳ ଆମଦାନୀକୁ ସିଧାସଳଖ ପ୍ରଭାବିତ କରିଥିଲା।