ମୁମ୍ବାଇ,|୦୭: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ। ଇରାନ ଏହାର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଉଥିବା ବେଳେ ଏହା ଉପରେ ଆମେରିକା କରିଛି ପ୍ରଚଣ୍ଡ ଆକ୍ରମଣ । ପ୍ରାୟ ୮୦ଟି ସାମରିକସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ହର୍ମୋଜ୍ ପ୍ରଣାଳୀରେ ୩ଟି ଜାହାଜକୁ ଇରାନ ହମଲା କରିବା ପରେ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଜବାବରେ କୁଏତ ଓ ବାହାରିନରେ ଆମେରିକାର ୮୫ ସେନା ଘାଟି ଉପରେ ମିସାଇଲ୍ ଓ ଡ୍ରୋନ ମାଡ଼ କରିଛି ଇରାନ।

Also Read :- କୋଭିଡ୍‌ ମହାମାରୀର କରିଥିଲେ ସଠିକ୍ ଭବିଷ୍ୟବାଣୀ, ୨୦୨୬ ଜୁଲାଇକୁ ନେଇ ସେହି ଜ୍ୟୋତିଷଙ୍କ ଗଣନାରେ ଦୁନିଆ କାବା

ଦୁଇ ଦେଶ ଏଭଳି ମୁହାଁମୁହିଁ ହେବା ପରେ ହୋର୍ମୁଳ ପ୍ରଣାଳୀ ଉପରେ ବିପଦ ବଢ଼ିଛି। ଏହାଯୋଗୁ ବିଶ୍ୱବ୍ୟାପୀ ପୁଣି ତୈଳ ଓ ଗ୍ୟାସ ସଙ୍କଟ ଘନେଇବା ଆଶଙ୍କା ଉପୁଜିଛି। ଇରାନ ଉପରେ ଆହୁରି ଭୟଙ୍କର ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ତୁର୍କୀ ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି, ଯୁଦ୍ଧ ବନ୍ଦ ପାଇଁ ଇରାନ ସହ ହୋଇଥିବା ବୁଝାମଣା (ଏମଓୟୁ) ଶେଷ ହୋଇଯାଇଛି। ସଦ୍ୟ ହମଲା କିଛି ନୁହେଁ। ଆଗକୁ ସାଙ୍ଘାତିକ ସାମରିକ ଅଭିଯାନ ଚାଲିବ। ସମ୍ଭବତଃ ୨୪ ଘଣ୍ଟା ମଧ୍ୟରେ ପୁଣି ଇରାନ ଉପରେ ଭୀଷଣ ବୋମା ବର୍ଷିପାରେ। ସେମାନଙ୍କ ଖାର୍ଗ ଦ୍ୱୀପକୁ ଆମେ ଅକ୍ତିଆର କରିପାରୁ।

ଟ୍ରମ୍ପ୍ ଇରାନୀ ନେତୃତ୍ବଙ୍କୁ ନୀଚ ଓ ମାନସିକ ବିକୃତ ଦର୍ଶାଇଛନ୍ତି। ଏଥି ସହିତ ସାମରିକ ମେଣ୍ଟ ନାଟୋ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ପେନ ସହିତ ସବୁ ପ୍ରକାର ବାଣିଜ୍ୟିକ ସମ୍ପର୍କ ଛିନ୍ନ ଲାଗି ଧମକ ବି ଦେଇଛନ୍ତି।

ଇରାନର ଭୟଙ୍କର କ୍ଷତି

ଆମେରିକା ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି । ଦେଶର ଅନେକ ସ୍ଥାନରେ ବୋମାବର୍ଷା ହୋଇଛି । ବନ୍ଦର ଆବାସ, ସିରିକରେ ଡ୍ରୋନ୍ ଆଟାକ୍ କରାଯାଇଛି । ଯେଉଁଥିରେ ଦୁଇ ଜଣ ମାଛଧରାଳି ରହିଛନ୍ତି । କୋନୋରକ୍ ପାଖରେ ଇରାନର ମିସାଇଲ ଡିଫେନ୍ସ ସିଷ୍ଟମ୍ ଆକ୍ଟିଭ୍ ରହିଛି । ଏହା ଅନେକ ଆମେରିକୀୟ ଡ୍ରୋନକୁ ଇଣ୍ଟରସେପ୍ଟ୍ କରୁଛି । ସେହିପରି ଚାବାହରର କିଛି ଜାଗାରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବା ସହ ରେଳବାଇ ବ୍ରିଜ୍ ଉଡ଼ିଯାଇଛି । ଅବୁ ମୁସାରେ ମଧ୍ୟ ୧୦ଟି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଛି ।