ନୂଆଦିଲ୍ଲୀ, ୧୫|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ମିସାଇଲ ଏବଂ ବୋମା ବର୍ଷା କରୁଛନ୍ତି । ଆମେରିକା ଲଗାତାର ଚାରି ଦିନ ହେଲା ଇରାନର ଅନେକ ସାମରିକ ଘାଟିକୁ ଟାର୍ଗେଟ୍ କରୁଛି । ଇରାନ ମଧ୍ୟ ଏହାର ପାଲଟା ଜବାବ ଦେବା ଆରମ୍ଭ କଲାଣି ।

ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ ଫୋର୍ସ ଅଫ୍ ଇରାନ୍ କହିଛି ଯେ, ସେମାନେ ଜୋର୍ଡାନ, ବହରୀନ ଏବଂ କୁଏତରେ ଥିବା ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଛନ୍ତି । ଅନ୍ୟ ଦିଗରେ ଆମେରିକା ଇରାନ ମଧ୍ୟରେ ପ୍ରବେଶ କରିବାକୁ ପ୍ଲାନ୍ କରୁଛି । ଏଥିପାଇଁ କମ୍ ମାତ୍ରାରେ ଏୟାର ଷ୍ଟ୍ରାଇକ୍ କରୁଛି । କିନ୍ତୁ ୟୁଏସ ଫୋର୍ସ ଇରାନର କେଉଁ ସ୍ଥାନରେ ଓହ୍ଲାଇବ ତାହା ସ୍ପଷ୍ଟ ହୋଇନାହିଁ ।

Also Read :- କିଏ ଏହି ଅନିଲ୍ ମେନନ୍ ? ଜାଣନ୍ତୁ ISS ଅଭିମୁଖେ ଯାତ୍ରା କରିଥିବା ଭାରତୀୟ ବଂଶୋଦ୍ଭବ ବିଷୟରେ

ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ମଙ୍ଗଳବାର ବିଳମ୍ବିତ ରାତ୍ରରେ ଆମେରିକା ଇରାନର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି । ହର୍ମୋଜକୁ ତେହେରାନ କବଜା କରିବା ପରେ ଏୟାରଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ଇରାନର କିଛି ବନ୍ଦରରେ ମିସାଇଲ ମାଡ଼ ହୋଇଛି ।

ଇରାନର ଅନେକ ସ୍ଥାନରେ ଆକ୍ରମଣ

ଆଇଆରଏନଏ ନ୍ୟୁଜ ଏଜେନ୍ସି ଅନୁସାରେ, ହେଗାମ୍ ଦ୍ୱୀପରେ ଆମେରିକାର ଡ୍ରୋନ୍ ପଡିଛି । ବନ୍ଦର ଆବାସ ଆଖପାଖରେ ମଧ୍ୟ ଜୋରଦାର ଶବ୍ଦ ଶୁଣିବାକୁ ମିଳିଛି । ଏହାପୂର୍ବରୁ ଜୁଲାଇ ୧୩ ତାରିଖରେ ବୁସେହର, ଚାବାହାର, ଜାସ୍କ, କୋନାରକ, ଅବୁ ମୁସା ଏବଂ ବନ୍ଦର ଆବାସ ସମେତ ଅନେକ ଜାଗାରେ ଆକ୍ରମଣ ହୋଇଥିଲା ।

ଇରାନର ପାଲଟା ଜବାବ

ଇରାନ କହିଛି ଯେ, ସେମାନେ ଜୋର୍ଡାନର ଅଜରାକ ଏୟାରବେସ୍ ସ୍ଥିତ ଆମେରିକାର କିଛି ଘାଟିରେ ଆକ୍ରମଣ କରିଛନ୍ତି । ବାହାରିନ୍ ଏବଂ କୁଏତରେ ମଧ୍ୟ ଆଟାକ୍ କରାଯାଇଛି । ଆମେରିକା ପଛକୁ ନହଟିଲା ଯାଏଁ ଇରାନ ଡ୍ରୋନ୍ ଆକ୍ରମଣ କରିବ । ଅପରେସନ ପ୍ରମିସ୍-୨ର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ୟୁଏସକୁ ଇରାନ ଛାଡିବ ନାହିଁ ବୋଲି ଧମକ ମଧ୍ୟ ଦେଇଛି ।