ନୂଆଦିଲ୍ଲୀ,୧୪/୦୮ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଆମେରିକା । ପୁଣି ଥରେ ୟୁଏସର ଟାର୍ଗେଟରେ ଭାରତ । ନୂଆଦିଲ୍ଲୀ ଗୋପନୀୟ ଭାବେ ଚାଇନାକୁ ସାହାଯ୍ୟ କରୁଥିବା ଓ୍ୱାସିଂଟନ୍ ପକ୍ଷରୁ କୁହାଯାଇଛି । ଆମେରିକାର ଟାରିଫରୁ ଡ୍ରାଗନକୁ ରକ୍ଷା କରିବା ପାଇଁ ଭାରତ କାମ କରୁଛି ବୋଲି ଅଭିଯୋଗ ଆସିଛି । ଖାଲି ଭାରତ ନୁହେଁ ସମାନ ଅଭିଯୋଗ ୟୁଏସ୪୦ରୁ ଅଧିକ ଦେଶ ଉପରେ ଲଗାଇଛି ।

ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ୪୦ଟି ଦେଶ ଚାଇନାର ଉତ୍ପାଦକୁ ବିକ୍ରି କରୁଛନ୍ତି । ଏହାଦ୍ୱାରା ଚୀନ ଉଚ୍ଚ ଶୁଳ୍କରୁ ରକ୍ଷା ପାଇଯାଉଛି । ଆମେରିକା ଏପରି ଚାଲକୁ ଜାଣିବା ପାଇଁ ଏଆଇର ବ୍ୟବହାର କରୁଛି । ଏସମସ୍ତ କଥା ହ୍ୱାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର୍ ନଓ୍ୱାରେ ଦି ଗ୍ରେଟ୍ ଟ୍ରାନ୍ସସିପମେଣ୍ଟ୍ ସ୍କାମ୍ ନାମକ ଏକ ରିପୋର୍ଟରେ କହିଛନ୍ତି ।

ପିଟର କହିଛନ୍ତି ଯେ,୨୦୧୮ ପରେ ଚାଇନାକୁ ଅଧିକ ସହଯୋଗ କରାଯାଉଛି । ଏହି ବର୍ଷ ଆମେରିକାର ଧାରା୩୦୧ଆଧାରରେ ଶୁଳ୍କ ବସାଯାଇଥିଲା । କିନ୍ତୁ୪୦ରୁ୩୦୩ଅରବ ଡଲାରର ବ୍ୟବସାୟରେ ଅନିୟମିତତା ସାମ୍ନାକୁ ଆସିଛି । ଚୀନ୪୦ରୁ ଅଧିକ ଦେଶକୁ ନିଜ ଉତ୍ପାଦକୁ ବୈଧ ଦର୍ଶାଇବା ପାଇଁ ଅନୁମତି ଦେଇଛି । ଚୀନର ସ୍ୟାଡୋ ଟ୍ରାନ୍ସସିପମେଣ୍ଟ୍ ନେଟଓ୍ୱର୍କରେ ଆମେରିକାର କିଛି ବାଣିଜ୍ୟିକ ସହଯୋଗୀ ଦେଶ ରହିଛନ୍ତି । ଏଥିରେ ମେକ୍ସିକୋ, କାନାଡା, ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସାମିଲ ଅଛନ୍ତି ।

Also Read :- ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ : କାରରୁ ଓହ୍ଲାଇ ଛକ ଉପରେ ପିଟିଲେ, ନିଜକୁ ଜାତୀୟ ଦଳର ନେତା କହିଲେ !

ରିପୋର୍ଟରେ ପିଟର୍ ଆହୁରି କହିଛନ୍ତି ଯେ, ଚୀନ ସାଧାରଣ ପ୍ରୋସେସିଂ, ରିଲେବଲିଂ ଭଳି କାମ ପାଇଁ ଅନ୍ୟ ଦେଶର ଉପଯୋଗ କରିବା ଆରମ୍ଭ କରିଛି । ଦେଶ ବଦଳିଲେ ମଧ୍ୟ ଚାଇନାର ବସ୍ତୁର ଡିମାଣ୍ଡ ରହୁଛି । ଆମେରିକାର ଟାରିଫରୁ ବର୍ତ୍ତିବା ପାଇଁ ଚୀନ ନିଜ ବସ୍ତୁକୁ ଅନ୍ୟ ଦେଶ ସାହାଯ୍ୟରେ ଆମେରିକା ରପ୍ତାନୀ କରୁଛି । ଏସବୁ ସନ୍ଦିଗ୍ଧ ବସ୍ତୁର ଯାଞ୍ଚ୍ ପାଇଁ ଏଆଇର ସାହାଯ୍ୟ ନିଆଯାଇଛି ।ଏହାକୁ ଖୁବ୍ ଶୀଘ୍ର ରୋକିବାକୁ ଏଆଇ ସିଷ୍ଟମ ଡିଟେକ୍ଟିବ୍ ବର୍ଡରକୁ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି ।