ଭୁବନେଶ୍ୱର ୧୮।୦୯ : ଉପାସରେ ପୁଣି ଲିଙ୍ଗରାଜ । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ଥରେ ନୀତିକାନ୍ତି ଅଚଳାବସ୍ଥା । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା ନକରି ପାରି ନିରାଶ ହୋଇ ଫେରୁଛନ୍ତି ।

ଖବର ଅନୁଯାୟୀ, ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି। ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଏଣେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା ନକରି ପାରି ନିରାଶ ହୋଇ ଫେରୁଛନ୍ତି । ବାରମ୍ବାର ଉପାସରେ ରହୁଛନ୍ତି ମହାପ୍ରଭୁ । ଯାହାକୁ ଖପ୍ପା ଅଛନ୍ତି ସାଧାରଣ ଲୋକେ । ଭୋରୁ ଭୋରୁ ଆସି ଲାଇନରେ ଛିଡ଼ା ହୋଇ ନିରାଶ ହେଉଛନ୍ତି । ତେଣୁ ଏହି ବିବାଦ ସମାଧାନ ଖୁବଶୀଘ୍ର କରିବାକୁ ସାଧାରଣରେ ଦାବି ଉଠିଛି ।

Also Read:-ଆମେରିକାର ଲଗଜୁରୀ ଛାଡ଼ି ବିହାର ଗାଁରେ ଆମେରିକୀୟ ବଧୂ, ମାଟିର ବାସ୍ନାରେ ଖୋଜିଲେ ଜୀବନର ଖୁସି