LIVE TV

ପାଲେଷ୍ଟାଇନ ରାଷ୍ଟ୍ରକୁ ଆନୁଷ୍ଠାନିକ ସ୍ୱୀକୃତି ଘୋଷଣା କଲେ ୟୁକେ, କାନାଡା ଏବଂ ଅଷ୍ଟ୍ରେଲିଆ

NEWS7
uk, canada and australia announce recognition of palestinian state

ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ମାନ୍ୟତା ଦେଲେ ୟୁକେ, କାନାଡା ଓ ଅଷ୍ଟ୍ରେଲିଆ। ରବିବାର ଏହି ୩ ଦେଶ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନ୍‌କୁ ସାର୍ବଭୌମ ରାଷ୍ଟ୍ର  ଭାବେ ଘୋଷଣା କରିଛନ୍ତି। ଫଳରେ ଭୂରାଜନୀତିରେ ଏକ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ପ୍ରଥମ ଥର ପାଇଁ ଏହି ଦେଶଗୁଡ଼ିକ ଆମେରିକା ସହିତ ପାରମ୍ପରିକ ସମନ୍ୱୟରୁ ଦୂରେଇ ଯିବାର ଦେଖାଯାଇଛି। ୟୁକେ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପ ଇସ୍ରାଏଲ ଓ ଏହାର ମୁଖ୍ୟ ସହଯୋଗୀ ଆମେରିକା ଉଭୟଙ୍କୁ ଅଶନ୍ତୋଷ କରିପାରେ।

ଏନେଇ ଷ୍ଟାରମର ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି, "ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୟଙ୍କର ପରିସ୍ଥିତିକୁ ଆଖି ଆଗରେ ରଖି ଆମେ ଶାନ୍ତି ଏବଂ ଦୁଇ-ରାଷ୍ଟ୍ର ସମାଧାନର ସମ୍ଭାବନାକୁ ଜୀବିତ ରଖିବା ପାଇଁ କାର୍ଯ୍ୟ କରୁଛୁ। ଯାହାର ଅର୍ଥ ହେଉଛି ଏକ ସ୍ଥାୟୀ ପାଲେଷ୍ଟାଇନୀ ରାଷ୍ଟ୍ର ସହିତ ଏକ ନିରାପଦ ଇସ୍ରାଏଲ। ଶାନ୍ତି ଏବଂ ଦୁଇ ରାଷ୍ଟ୍ର ସମାଧାନର ଆଶାକୁ ପୁନର୍ଜୀବିତ କରିବା ପାଇଁ, ମୁଁ ପ୍ରଧାନମନ୍ତ୍ରୀ ଭାବରେ ସ୍ପଷ୍ଟ କହୁଛି ଯେ ୟୁକେ, ପାଲେଷ୍ଟାଇନ ରାଷ୍ଟ୍ରକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଉଛି। "

ପାଲେଷ୍ଟାଇନ- ଇସ୍ରାଏଲ ନେଇ ଜୁଲାଇ ମାସରେ ୟୁକେର ଏହାର ନୀତି ପରିବର୍ତ୍ତନ କରିଥିଲା। ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ର ଭାବେ ସ୍ୱୀକୃତି ଦେବା ପାଇଁ ସ୍ପଷ୍ଟ ସର୍ତ୍ତାବଳୀ ସ୍ଥିର କରିଥିଲା। ଏଥିରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଯୁଦ୍ଧବିରତି ଦାବି କରିଥିଲା , ଏବଂ  ଯଦି ଇସ୍ରାଏଲ ଏହାକୁ ପାଳନ ନ କରେ ତେବେ ସ୍ୱୀକୃତି ପ୍ରଦାନ କରାଯିବ ବୋଲି ୟୁକେ କହିଥିଲା। ଆଉ ଏହି ନୀତି ପରିବର୍ତ୍ତନ ଅନୁସାରେ ୟୁକେ ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି।

ୟୁକେର ଏହି ନିଷ୍ପତ୍ତି ପାଲେଷ୍ଟାଇନ୍‌କୁ ଖୁସି କରିଥିବା ବେଳେ ଇସ୍ରାଏଲ୍‌କୁ କ୍ଷୁବ୍ଧ କରିଛି। ପାଲେଷ୍ଟାଇନ ବିଦେଶ ମନ୍ତ୍ରୀ ଭର୍ସେନ ଅଘାବେକିଆନ ଶାହୀନ କହିଛନ୍ତି ଯେ ଏହି ସପ୍ତାହରେ ପାଲେଷ୍ଟାଇନ ରାଷ୍ଟ୍ରର ସ୍ୱୀକୃତିର ଏହି ଲହରୀ ଦୁଇ-ରାଷ୍ଟ୍ର ସମାଧାନକୁ ସଂରକ୍ଷଣ କରିବା ଏବଂ ପାଲେଷ୍ଟାଇନ ସ୍ୱାଧୀନତାକୁ ଆଗକୁ ବଢ଼ାଇବା ଦିଗରେ ଏକ ଅପରିବର୍ତ୍ତନୀୟ ପଦକ୍ଷେପ। ରାମଲ୍ଲାହରେ ଭାଷଣ ଦେଇ ଶାହିନ ଏହି ମୁହୂର୍ତ୍ତକୁ ଐତିହାସିକ ବୋଲି କହିଛନ୍ତି। ସେ ଖହିଛନ୍ତି "ଏହା ଆମକୁ ସାର୍ବଭୌମତ୍ୱ ଏବଂ ସ୍ୱାଧୀନତାର ନିକଟତର କରୁଥିବା ଏକ ପଦକ୍ଷେପ। ଏହା ହୁଏତ କାଲି ଯୁଦ୍ଧ ସମାପ୍ତ ନ କରିପାରେ, କିନ୍ତୁ ଏହା ଏକ ସକାରାତ୍ମକ ପଦକ୍ଷେପ। ଯାହା ଉପରେ ଆମକୁ ଆଗକୁ କାମ କରିବାକୁ ଦରକାର ଓ ଏହାକୁ ଆହୁରି ମଜଭୁତ କରିବା ଦରକାର।"

ଅନ୍ୟପଟେ ଇସ୍ରାଏଲ ୟୁକେର ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଛି। କିଛି ଇସ୍ରାଏଲୀ ମନ୍ତ୍ରୀ ଏହାକୁ ଅପ୍ରାସଙ୍ଗିକ ବୋଲି କହିବା ସହିତ ୟୁକେର ଏହି ପଦକ୍ଷେପ ବାସ୍ତବରେ କୌଣସି ପ୍ରଭାବ ପକାଇବ ନାହିଁ।  ସେହିପରି ଅନ୍ୟମାନେ କହିଛନ୍ତି ଯେ ଇସ୍ରାଏଲ ଏବଂ ପାଲେଷ୍ଟାଇନଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ହିଁ ପାଲେଷ୍ଟାଇନ ରାଷ୍ଟ୍ର ମାନ୍ୟତା ହାସଲ କରାଯାଇପାରିବ। ତେବେ ଦେଶର ମାନ୍ୟତା ଦେବା ହମାସ ପାଇଁ ଏକ ପୁରସ୍କାର ହେବ। ଏବଂ ଏହା ହିଁ ଟ୍ରମ୍ପଙ୍କ ବ୍ରିଟେନ ଗସ୍ତ ସମୟରେ ଉଭୟ ନେତାଙ୍କ ମଧ୍ୟରେ ମତ ଭେଦର ଏକ କାରଣ ଥିଲା ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ କହିଛି।

ତେବେ କୀର ଷ୍ଟାରମର୍ ସ୍ପଷ୍ଟ କରିଛନ୍ତି ଯେ ପାଲେଷ୍ଟାଇନର ମାନ୍ୟତା ହମାସ ପାଇଁ ପୁରସ୍କାର" ନୁହେଁ, ହମାସର ଭବିଷ୍ୟତରେ ସରକାର କିମ୍ବା ସୁରକ୍ଷାରେ କୌଣସି ଭୂମିକା ରହିବ ନାହିଁ, ଆମର ଏହା ସ୍ପଷ୍ଟ ଉଦ୍ଦେଶ୍ୟ। ୟୁକେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର କିଛି ମୁହୂର୍ତ୍ତ ପୂର୍ବରୁ, କାନାଡା ପାଲେଷ୍ଟାଇନ ରାଜ୍ୟକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେବାରେ ପ୍ରଥମ ଜି-୭ ରାଷ୍ଟ୍ର ହୋଇଥିଲା। ପ୍ରଧାନମନ୍ତ୍ରୀ ମାର୍କ କାର୍ନି "ପାଲେଷ୍ଟାଇନ ରାଜ୍ୟ ଏବଂ ଇସ୍ରାଏଲ ରାଷ୍ଟ୍ର ଉଭୟ ପାଇଁ ଏକ ଶାନ୍ତିପୂର୍ଣ୍ଣ ଭବିଷ୍ୟତ କାମ୍ୟ ବୋଲି କହିଥିଲେ। କିଛି ସମୟ ପରେ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ମଧ୍ୟ ପାଲେଷ୍ଟାଇନ ସ୍ୱୀକୃତି ଘୋଷଣା କରିଥିଲେ। ଏହାକୁ ୟୁକେ ଏବଂ କାନାଡା ସହିତ ଏକ ବ୍ୟାପକ ଆନ୍ତର୍ଜାତିକ ପ୍ରୟାସର ଏକ ଅଂଶ ବୋଲି କହିଥିଲେ।