ନୂଆଦିଲ୍ଲୀ  : ଜ୍ୱାଳାମୁଖୀ ବିସ୍ଫୋରଣ ଭାରତ ପାଇଁ ସାଜିଛି ବିପଦସୋମବାର ଇଥୋପିଆର ଜ୍ବାଳାମୁଖୀ ବିସ୍ଫୋରଣ ଘଟି ସେଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ପହଁଚିଛି ଭାରତରେଖାସ୍ କରି ଦିଲ୍ଲୀ ଆଡ଼କୁ ମୁହାଁଇଛିପ୍ରାୟ ୧୨ହଜାର ବର୍ଷ ପରେ ଗୁବି ଆଗ୍ନେୟଗିରିରେ ଲାଭା ଉଦଗୀରଣ ହୋଇଛିପ୍ରଥମେ ଏଥିରୁ ବାହାରିଥିବା ଧୂଆଁଓ ପାଉଁଶ ୟେମେନ୍ ଓ ଓମାନରେ ପହଁଚିଥିଲାପରେ ଏହା ଭାରତ ଆଡ଼େ ମୁହାଁଇଛିମୁମ୍ବାଇ ଏବଂ ଦିଲ୍ଲୀ ଆକାଶରେ ଜ୍ବାଳାମୁଖୀ ପାଉଁଶର ଘନ ଆସ୍ତରଣ ଦେଖା ଦେଇଥିବାରୁ ବିମାନ ଉଡ଼ାଣ ପ୍ରଭାବିତସେହିଭଳି ଦିଲ୍ଲୀ ଏବଂ ଜୟପୁରରେ ମଧ୍ୟ ସମାନ ସ୍ଥିତି ।କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଠି ଏବେ ଚାଲିଛି 2018ଜାଣିବା ତା ପଛର କାରଣ

ଇଥିଓପିଆ ପୂର୍ବ ଆଫ୍ରିକାର ହର୍ଣ୍ଣରେ ଅବସ୍ଥିତ ଏକ ପ୍ରାଚୀନ ଦେଶ। ଏହା ଆଫ୍ରିକାର ଏକମାତ୍ର ଦେଶ ଯାହା କେବେବି ୟୁରୋପ ଦ୍ୱାରା ଉପନିବେଶିତ ହୋଇନି। ଏହି ଦେଶ ତାର 3,000 ବର୍ଷ ପୁରୁଣା ସଭ୍ୟତାକୁ ନେଇ ଗର୍ବ କରେ। ଏଠାରେ 80 ରୁ ଅଧିକ ଜନଜାତି ବାସ କରନ୍ତି, ପ୍ରତ୍ୟେକଙ୍କ ନିଜସ୍ୱ ଭାଷା ଏବଂ ସଂସ୍କୃତି ଅଛି। ଜନସଂଖ୍ୟାର 60% ରୁ ଅଧିକ ଖ୍ରୀଷ୍ଟିଆନ । ଇଥିଓପିଆନ୍ ସଂସ୍କୃତିର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଗୋଟିଏ ବର୍ଷ ଏଠି 13 ମାସ। 13ତମ ମାସ କିନ୍ତୁ ମାତ୍ର ପାଞ୍ଚ ଦିନର ହୋଇଥାଏ।

ଇଥିଓପିଆ ଆଧୁନିକ ବିଶ୍ୱର ଏକ ଦେଶ ଯେଉଁଠାରେ ସ୍ଥିର ରହିଛି ସମୟ । ସଭ୍ୟତା ପ୍ରାଚୀନ, ଏବଂ ଜୀବନ ବିଶ୍ୱର ଅନ୍ୟାନ୍ୟ ଦେଶଠାରୁ ବର୍ଷ ବର୍ଷ ପଛରେ ଥିବା ପରି ମନେହୁଏ। ଇଥିଓପିଆ ଜାଣିଶୁଣି ନିଜର ପ୍ରାଚୀନ ପରିଚୟ, ସମୟ ଗଣନା, କ୍ୟାଲେଣ୍ଡର ଏବଂ ଜୀବନଶୈଳୀକୁ ସଂରକ୍ଷଣ କରିଛି। ଏହା ବିଶ୍ୱର ଏକମାତ୍ର ଦେଶ ଯାହା ଯାହା ଆଜିବି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଠାରୁ 7-8 ବର୍ଷ ପଛରୁ ନିଜ କ୍ୟାଲେଣ୍ଡର କରିଛି। ଏହାକୁ କୁହାଯାଏ ଗିଜ୍ କ୍ୟାଲେଣ୍ଡର । ସେଥିପାଇଁ ଏଠାରେ, ଏବେ 2025 ନୁହେଁ, 2018 ମସିହା ଚାଲିଛି । କାରଣ ଗିଜ୍ କ୍ୟାଲେଣ୍ଡର ଗ୍ରେଗୋରିଆନ୍ କ୍ୟାଲେଣ୍ଡରଠାରୁ 7-8 ବର୍ଷ ପଛରେ ଅଛି, ଯାହାକୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଅନୁସରଣ କରାଯାଏ।

ଇଥିଓପିଆ କେବେବି ୟୁରୋପୀୟ ଉପନିବେଶବାଦକୁ ଗ୍ରହଣ କରେନି। ତେଣୁ ଏହାର ସଂସ୍କୃତି, ଲେଖନୀ, ସଙ୍ଗୀତ ଏବଂ ଖାଦ୍ୟପେୟରେ ପାଶ୍ଚାତ୍ୟ ପ୍ରଭାବ ବହୁତ କମ୍ । ଇଥିଓପିଆ ଖ୍ରୀଷ୍ଟିଆନ୍ ଚର୍ଚ୍ଚରୁ ପ୍ରାପ୍ତ କ୍ୟାଲେଣ୍ଡରକୁ ଗ୍ରହଣ କରିଥିଲା, ଯାହାକୁ ଗିଜ୍ କ୍ୟାଲେଣ୍ଡର କୁହାଯାଏ। ଇଥିଓପିଆରେ, ପ୍ରତ୍ୟେକ ମାସ ଠିକ୍ 30 ଦିନ । ଏହାର ଅର୍ଥ ହେଉଛି 360 ଦିନ। ବାକି 5 ଦିନ ଅନ୍ୟ ମାସ ଅର୍ଥାତ୍ ପୃଥକ ଭେବେ ଛୋଟ ମାସରେ ଯୋଡା ଯାଏ। ଯାହାକୁ କୁହାଯାଏ ପାଗୁମେନ୍ । ଯେଉଁ ବର୍ଷ ଅଧିବର୍ଷ ହୁଏ, ସେହି ବର୍ଷ ଇଥିଓପିଆରେ 13ତମ ମାସରେ 6 ଦିନ ଥାଏ।

ବଡ଼ କଥା ହେଉଛି ଭାରତୀୟମାନେ 2025 ରେ ବଞ୍ଚିଥିବା ବେଳେ ଇଥିଓପିଆରେ ବର୍ତ୍ତମାନ 2018 ମସିହା। କାରଣ ଇଥିଓପିଆନ୍ ଗିଜ୍ କ୍ୟାଲେଣ୍ଡର ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅପେକ୍ଷା 7-8 ବର୍ଷ ପଛରେ। ଇଥିଓପିଆନ୍ ନୂଆ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହୁଏ। ସେମାନେ ଏହାକୁ ମେସ୍କେରେମ୍ କୁହନ୍ତି, ଯାହାର ଅର୍ଥ "ଫୁଲର ମାସ"। ଏଠାରେ ସାଧାରଣତଃ ନୂଆ ବର୍ଷ ସେପ୍ଟେମ୍ବର 11 କିମ୍ବା 12 ହୁଏ ପାଳନ। ସେମିତି ଇଥିଓପିଆରେ ସୂର୍ଯ୍ୟୋଦୟ ସକାଳ ୬ଟାରେ ନୁହେଁ, ବରଂ ମଧ୍ୟାହ୍ନ ୧୨ଟାରେ ହୁଏ। ଏହାର ଅର୍ଥ ହେଉଛି ଏଠାରେ ସମୟ ମଧ୍ୟରାତ୍ରି ନୁହେଁ, ସୂର୍ଯ୍ୟୋଦୟରୁ ଗଣନା କରାଯାଏ। ଏହାକୁ ଇଥିଓପିଆନ ସମୟ କୁହାଯାଏ। ଇଥିଓପିଆ ଏକ ବହୁତ ପଛୁଆ ଦେଶ। ଗ୍ରାମାଞ୍ଚଳର ୭୦% ଜନସଂଖ୍ୟା ଏବେ ବି ବିଦ୍ୟୁତ୍ ଓ ପାଣି ବିନା ଝାଟିମାଟି ଘରେ ବାସ କରନ୍ତି। ଇଣ୍ଟରନେଟ୍ ସୁବିଧା କେବଳ ୨୫%। ସାମାଜିକ ଗଣମାଧ୍ୟମରୁ ଢେର୍ ଦୂରରେ।