ଭୁବନେଶ୍ବର ୨୮।୧୧: ଗୃହରେ ଉଠିଲା ଗାଡ଼କଣ ବୋମାମାଡ଼ ଘଟଣା । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ମୁଖ୍ୟ ଫାଟକ ସମ୍ମୁଖରେ ବୋମା ପଡିବା ନେଇ ପ୍ରଶ୍ନ ଉଠାଇଲେ ବିଜେଡ଼ି ବିଧାୟକ ପ୍ରତାପ ଦେବ । ଏହି ଘଟଣାର ସତ୍ୟାସତ୍ୟ କ’ଣ ବୋଲି ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରିଲେ ବିଜେଡ଼ି ବିଧାୟକ ପ୍ରତାପ ଦେବ । ଗୃହରେ ବିବୃତି ଦେବା ପାଇଁ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସେପଟେ ବାଚସ୍ପତିଙ୍କ ରୁଲିଂ ମନ୍ତ୍ରୀ ଘଟଣାକୁ ଅନୁଧ୍ୟାନ କରି ଗୃହକୁ ଅବଗତ କରାନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ମୁଖ୍ୟ ଫାଟକ ସମ୍ମୁଖରେ ବୋମା ମାଡ଼ ହୋଇଛି । ବୋମା ମାଡ଼ରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ । ସକାଳ ୮ ବେଳେ ଫୁଟିଲା ବୋମା । ତେବେ ଦୁର୍ବୃତ୍ତ ମାନେ ଅନ୍ୟ କେଉଁଆଡ଼େ ବୋମା ନେଇ ଯାଉଥିବା ବେଳେ ଅଘଟଣ ଘଟିଥିବା କୁହାଯାଉଛି ।

ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଛାନଭିନ କରିଛି । କୌଣସି ବଡ଼ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ପୋଲିସ ଅନୁମାନ କରିଛି । କିଏ କେଉଁ ଆଡେ ବୋମା ନେଇ ଯାଉଥିଲା ତାର ତନାଘନା କରୁଛି ପୋଲିସ । ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭିର ଯାଞ୍ଚ ଚାଲିଛି । ଘଟଣାସ୍ଥଳରେ ଏନ୍ଆଇଏ ଟିମ୍ ପହଞ୍ଚିଥିବା ସୂଚନା ରହିଛି ।