ଲଣ୍ଡନ,୨୦|୦୬:ପରସ୍ପରକୁ ଧକ୍କା ଦେଲେ ଦୁଇ ଟ୍ରେନ୍ । ଟ୍ରାକରେ ଛାତି ଥରାଇବା ଭଳି ଦୁର୍ଘଟଣା । ଜୀବନ ହାରିଲେ ଲୋକୋ ପାଇଲଟ୍ । ଆହତ ହେଲେ ଅନେକ ଯାତ୍ରୀ। ଏପରି ଅଘଟଣ ଘଟିଛି ଲଣ୍ଡନରେ ।

ରିପୋର୍ଟ ଅନୁସାରେ, ଉଭୟ ଟ୍ରେନ୍ ଲଣ୍ଡନ ସାଉଥରୁ ସେଣ୍ଟ୍ ପାନକ୍ରାସ୍ ଷ୍ଟେସନ ଅଭିମୁଖେ ଯାତ୍ରା କରୁଥିଲେ । ସାଉଥ୍ ଲଣ୍ଡନ ଛାଡିବା ପରେ ସହର ବାହାରେ ଉଭୟ ଟ୍ରେନ୍ ଟ୍ରାକ୍ ବଦଳାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟରେ ଷ୍ଟେସନ ମାଷ୍ଟରଙ୍କୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା । ତୁରନ୍ତ ସେଠାକୁ ଜରୁରୀକାଳିନ୍ ଉଦ୍ଧାରକାରୀ ଟିମ୍ ଏବଂ ଆମ୍ବୁଲାନ୍ସ ପଠାଯାଇଥିଲା ।

ପୋଲିସର କହିବାନୁସାରେ, ଦୁର୍ଘଟଣାରେ ୮୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଯାତ୍ରୀଙ୍କ ହାଡ ଭାଙ୍ଗି ଯାଇଛି । ତେବେ ଟ୍ରେନ୍ ଲୋକୋ ପାଇଲଟ ପ୍ରାଣ ହରାଇଛନ୍ତି । ଏହା ଏକ ଗୁରୁତର ଘଟଣା । ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।

ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୨୨ ଜଣ ଗୁରୁତର ଥିବା ବେଳେ ୫୬ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି । ଘଟଣାକୁ ନେଇ ଜାତୀୟ ରେଳବାର ସାଧାରଣ ସମ୍ପାଦକ ଏଡି ଡେମସେ କହିଛନ୍ତି ଯେ, ଯେଉଁ ଲୋକ ପାଇଲଟ ପ୍ରାଣ ହରାଇଛନ୍ତି ସେ ଖୁବ୍ ଅଭିଜ୍ଞ । କିନ୍ତୁ ପଛରେ ଆସୁଥିବା ଚ୍ରେନ୍ ଟି ଆଗରେ ଯାଉଥିବା ଟ୍ରେନକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଆହତ ଯାତ୍ରୀମାନେ ନଜର ଆସିଛନ୍ତି । ଅନେକ ଯାତ୍ରୀଙ୍କ ଶରୀରରେ ବ୍ୟାଣ୍ଡେଜ୍ ଲାଗିଛି । ଆଉ କିଛି ଜଣଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ଦେଖିବାକୁ ମିଳିଛି ।