ନବରଙ୍ଗପୁର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କାରଣରୁ ଦୁଇ ଶିକ୍ଷକ ନିଲମ୍ବିତ। ଏହି ଦୁଇ ଶିକ୍ଷକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯାହାକୁ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ।
ଆହୁରି ପଢ଼ନ୍ତୁ:
କାର୍ରୁ ମିଳିଲା ୫ ଲକ୍ଷ ଟଙ୍କା, କେଉଁଠୁ ଆସିଲା ଏତେ ଟଙ୍କା ଛାନଭିନ୍ ଜାରି
ସୂଚନା ଅନୁଯାୟୀ, ପାପଡ଼ାହାଣ୍ଡି ବ୍ଲକ ପିତାରିଗୁଡା ୟୁପି ସ୍କୁଲର ଶିକ୍ଷକ ଗୌତମ ଚରଣ ସାହୁ ଓ ଡାବୁଗାଁ ବ୍ଲକ ପୁଝାରିଗୁଡ଼ା ସ୍କୁଲର ଶିକ୍ଷକ ମନୋଜ କୁମାର ଭତରା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଉ ଏହି କାରଣରୁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ କମଳ ଲୋଚନ ମିଶ୍ର।