ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଂସା, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ

Published By : Prameya-News7 Bureau | May 13, 2024 IST

ବ୍ରହ୍ମପୁର: ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଂସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ  ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁରର ପୂର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କରକୁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି।

Also read: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ, ମତଦାନ ୬୫.୦୩ ପ୍ରତିଶତ; ନବରଙ୍ଗପୁରରେ ସର୍ବାଧିକ

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୪ ସଂସଦୀୟ ଓ ୨୮ ବିଧାନସଭା କ୍ଷେତ୍ରରେ ଆଜି ସକାଳୁ ସଂଧ୍ୟା ଯାଏଁ ଚାଲିଥିଲା ଭୋଟିଂ ପ୍ରକ୍ରିୟା। ଲମ୍ବାଲାଇନରେ ରହି ଭୋଟର ମତାଦନ କରିଥିବା ବେଳେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ ନିର୍ବାଚନ କମିଶନ।   କିଛି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ପ୍ରାର୍ଥୀ। ରାତି ସାଢେ ୧୦ ଟା  ସୁଦ୍ଧା ରାଜ୍ୟରେ ମତଦାନ ୬୫.୦୩ ପ୍ରତିଶତ ରହିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଓ୍ଵେବସାଇଟରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି ।

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.