LIVE TV

ଏଣିକି କୁପୋଷଣକୁ ଜଗିବେ ଅଙ୍ଗନବାଡ଼ି ଦିଦି, ରାଜ୍ୟରେ ଆରମ୍ଭ ହେଲା ସୁପୋଷିତ ଓଡ଼ିଶା ମିଶନ

NEWS7
5-friends-drowned-in-chitrotpala-river-three-rescued-

ସୋନପୁର/ଦେବଗଡ଼/ଭୁବନେଶ୍ଵର:  ରାଜ୍ୟରେ ଆରମ୍ଭ ହେଲା ସୁପୋଷିତ ଓଡ଼ିଶା ମିଶନ । ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ସୁଷମ ଖାଦ୍ୟ ପ୍ରଦାନ ସହ ସେମାନଙ୍କ ସ୍ବାସ୍ଥ୍ୟ ମନିଟରିଂ କରାଯିବ  ।  ଏମିତିରେ ଶିଶୁମାନଙ୍କ କ୍ଷେତ୍ରରେ ଅପପୁଷ୍ଟି ରୋକିବାକୁ  ବଡ଼ ଯୋଜନା କରିଛନ୍ତି ସରକାର । ଅଙ୍ଗନବାଡ଼ି କେନ୍ଦ୍ରକୁ ସାର୍ଟିଫାଏଡ୍ ସୁପୋଷିତ ଅଙ୍ଗନବାଡ଼ି କେନ୍ଦ୍ରରେ ରୂପାନ୍ତରିତ କରାଯିବ | ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରତ୍ୟେକ ଶିଶୁଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ତଥା ଉପଯୁକ୍ତ ପୋଷଣ ତଥା ଖାଦ୍ୟତତ୍ତ୍ବ ଉପରେ ଦିଆଯିବ ଗୁରୁତ୍ବ ।

ଏଣିକି କୁପୋଷଣକୁ ଜଗିବେ ଅଙ୍ଗନବାଡ଼ି ଦିଦି । ରାଜ୍ୟରେ ଆରମ୍ଭ ହେଲା ସୁପୋଷିତ ଓଡ଼ିଶା ମିଶନ । ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ସୁଷମ ଖାଦ୍ୟ ପ୍ରଦାନ ସହ ସେମାନଙ୍କ ସ୍ବାସ୍ଥ୍ୟ ମନିଟରିଂ କରାଯିବ  ।  ଏମିତିରେ ଶିଶୁମାନଙ୍କ କ୍ଷେତ୍ରରେ ଅପପୁଷ୍ଟି ରୋକିବାକୁ  ବଡ଼ ଯୋଜନା କରିଛନ୍ତି ସରକାର । ଅଙ୍ଗନବାଡ଼ି କେନ୍ଦ୍ରକୁ ସାର୍ଟିଫାଏଡ୍ ସୁପୋଷିତ ଅଙ୍ଗନବାଡ଼ି କେନ୍ଦ୍ରରେ ରୂପାନ୍ତରିତ କରାଯିବ | ପୋଷଣ ଟ୍ରାକର ଡାଟା ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କର ତଥ୍ୟ ରଖାଯିବ  |  ରିଅଲ ଟାଇମ ଡାଟା ବେଶ ଦ୍ବାରା ସାମୟିକ ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗଗୁଡ଼ିକ ସହ ସମନ୍ବୟ ରଖାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରତ୍ୟେକ ଶିଶୁଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ତଥା ଉପଯୁକ୍ତ ପୋଷଣ ତଥା ଖାଦ୍ୟତତ୍ତ୍ବ ଉପରେ ଗୁରୁତ୍ବ ଦିଆଯିବ  ।  ଏନେଇ ୨ଟି ପୁସ୍ତକ ଉନ୍ମୋଚନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ।  ଗୋଟିଏରେ ଓଡ଼ିଶାର ବିଭିନ୍ନ ସ୍ଥାନର ଖାଦ୍ୟକୁ ଦର୍ଶା ଯାଇଛି ।  ଋତୁକାଳୀନ ଉତ୍ପାଦିତ ଶସ୍ୟ ଓ ପନିପରିବା ଯଥା-ମାଣ୍ଡିଆ, ଡାଲି ଓ ତଟକା ସବୁଜ ପନିପରିବାକୁ ନେଇ ପ୍ରସ୍ତୁତ ପ୍ରଣାଳୀ ଏହି ପୁସ୍ତକରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି  ।

ସେହିଭଳି ଅନ୍ୟ ଏକ କଫିଟେବୁଲ୍ ବୁକରେ  ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ସଫଳ କାହାଣୀ ସ୍ଥାନ ପାଇଥିବା ରାଜ୍ୟର ବିଭିନ୍ନ ସ୍ଥାନର ଫଟୋଗୁଡ଼ିକ ସ୍ଥାନିତ ହୋଇଛି  ।  ସମସ୍ତ ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ଗୁଣବତ୍ତାସଂପନ୍ନ ପ୍ରସ୍ତୁତି ପ୍ରଣାଳୀକୁ ଅନୁସରଣ କରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଅଙ୍ଗନବାଡ଼ି କେନ୍ଦ୍ରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ  ।  ଅଙ୍ଗନବାଡ଼ି କେନ୍ଦ୍ରରେ ବାଲି ବସ୍ତା ଏବଂ ଅଗ୍ନି ନିର୍ବାପକ କମ୍ବଳ ଭଳି ସରଞ୍ଜାମ ରଖିବାର ବ୍ୟବସ୍ଥା କରିବାକୁ କୁହାଯାଇଛି ।  ଏଥି ସହ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ଆୟ ବୃଦ୍ଧି କରିବା ପାଇଁ ରାଜ୍ୟ ମହିଳା ଓ ଶିଶୁ ସଂସ୍ଥା ପରିସରରେ ଟେଲରିଂ ଓ ସିଲେଇ ୟୁନିଟ୍ ସ୍ଥାପନ କରାଯାଇ ସେମାନଙ୍କୁ ତାଲିମ ଦିଆଯିବ । ​​​​​​​