ଭୁବନେଶ୍ବର: ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବୋଲେରୋ, କାର ଏବଂ ପିକଅପ ଗାଡିକୁ ପଛରୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।
ଏହା ସହ ଦୁର୍ଘଟଣା ଘଟେଇଥିବା ଗାଡି ଓ ଦୁର୍ଘଟଣାର ଶିକାର ଗାଡିକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଦୁର୍ଘଟଣା ହେତୁ ପଳାଶୁଣୀ ଛକରେ ଦୀର୍ଘ ସମୟ ଟ୍ରାଫିକ ଜାମ ହୋଇଥିବା ଦେଖିବାକୁ ମିଳିଛି।