କାର୍‌ରୁ ମିଳିଲା ୫ ଲକ୍ଷ ଟଙ୍କା, କେଉଁଠୁ ଆସିଲା ଏତେ ଟଙ୍କା ଛାନଭିନ୍ ଜାରି

Published By : Prameya-News7 Bureau | April 28, 2024 IST

ଝାରସୁଗୁଡା ୨୮।୪: ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ଗୌରପଡା ଛକ ନିକଟରୁ ଏକ ଧଳା ରଙ୍ଗର କାରରୁ ୫ ଲକ୍ଷ ନଗଦ ଟଙ୍କା ଜବତ କରିଛି SST ଟିମ l ସୂଚନାଯୋଗ୍ୟ ଯେ, ଝାଡଖଣ୍ଡର ମହମ୍ମଦ ମୈସାର ଶେଖ ରବିବାର ଅପରାହ୍ନରେ ହ୍ୟୁଣ୍ଡାଇ ଭେନ୍ୟୁ କାରରେ ୫ଲକ୍ଷ ନଗଦ ଟଙ୍କା ନେଇ ଛତିଶଗଡ଼ ପଟୁ ଝାରସୁଗୁଡା ପଟକୁ ଆସୁଥିବା ବେଳେ ଧରିଛି SST ଟିମ l ନିର୍ବାଚନ ସମୟରେ ହେଉଥିବା ବେଆଇନ ଟଙ୍କା କାରବାରକୁ ରୋକିବା ପାଇଁ ପୋଲିସ ଏବଂ SST ଟିମ ଝାରସୁଗୁଡା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି l ରବିବାର ଗୌରପଡା ଛକ ନିକଟରେ ଯାଞ୍ଚ ବେଳେ ୫ ଲକ୍ଷ ଟଙ୍କା ସହ ମହମ୍ମଦ ମୈସାର ଶେଖ ଧରା ପଡିଥିବା ବେଳେ SST ଟିମକୁ ଟଙ୍କା ବିଷୟରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ l ଫଳରେ SST ଟିମ ମୈସାରଙ୍କ ନିକଟରେ ଥିବା ୫ ଲକ୍ଷ ଟଙ୍କାକୁ ଜବତ କରି ବେଲପାହାଡ ପୋଲିସକୁ ହସ୍ତାନ୍ତର କରିଛି l ଅନ୍ୟପଟେ ନିର୍ବାଚନ ସମୟରେ ମୈସାର ଲକ୍ଷାଧିକ ଟଙ୍କା କୁଆଡେ ଏବଂ କାହିଁକି ନେଉଥିଲା ଏତେ ଟଙ୍କା ତାଙ୍କ ନିକଟରେ କେଉଁଠୁ ଆସିଲା ତାର ତଦନ୍ତ ଜାରି ରଖିଛି ପୋଲିସ l ଯଦି ଏହି ଟଙ୍କାର ବୈଧ ଡକ୍ୟୁମେଣ୍ଟ ମୈସାର ଡିଷ୍ଟିକ ଗ୍ରୀଭାନ୍ସ କମିଟିକୁ ପ୍ରଦାନ କରିବେ ତେବେ ସମସ୍ତ ଜବତ ଟଙ୍କା ରିଲିଜ କରାଯିବ ନହେଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରଜରାଜନଗର SDPO ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି l

You Can Read :

ଯୁବକଙ୍କୁ ଜଘନ୍ୟ ହତ୍ୟା, ମୟୁରଭଞ୍ଜରୁ ଆଣି ନୀଳଗିରି ଜଙ୍ଗଲରେ ମାରିଦେଲେ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.