‘ମିଷ୍ଟର ଆଣ୍ଡ ମିସେସ୍ ମାହି’ର ଟ୍ରେଲର ରିଲିଜ୍, ରାଜକୁମାରଙ୍କ ସହ କ୍ରିକେଟ୍ ସ୍ଵପ୍ନ ପୂରା କରିବେ ଜାହ୍ନବୀ

Published By : Prameya-News7 Bureau | May 13, 2024 IST

ମୁମ୍ଵାଇ ୧୩।୦୫: ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’ର ଟ୍ରେଲର ଜାରି ହୋଇଛି । ୨ ମିନିଟ୍‌ ୫୫ ସେକେଣ୍ଡର ଟ୍ରେଲରରେ ସେମାନଙ୍କର ପ୍ରେମ କାହାଣୀକୁ ଦେଖିବାକୁ ମିଳୁଛି । ଉଭୟ ପ୍ରେମରେ ପଡ଼ି ବିବାହ କରୁଛନ୍ତି । ସୁଖୀ ବୈବାହିକ ଜୀବନ ବିତାଉଛନ୍ତି । କିନ୍ତୁ ରାଜକୁମାର ନିଜର ସ୍ୱପ୍ନକୁ ଜାହ୍ନବୀଙ୍କ ଜରିଆରେ ପୁଣି ଥରେ ଜୀବିତ କରିବାକୁ ଉଦ୍ୟମ କରିବାରୁ ସେମାନଙ୍କ ପାରିବାରିକ ଜୀବନରେ ସମସ୍ୟା ଆସୁଥିବା ଦେଖିବାକୁ ମିଳୁଛି । 

ଏହା ଏକ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ହୋଇଥିବାବେଳେ ଭାବପ୍ରବଣତାରେ ପରିପୂର୍ଣ୍ଣ । ଜି ଷ୍ଟୁଡିଓ ଓ କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି । ନିର୍ଦ୍ଦେଶନାରେ ଅଛନ୍ତି ଶରଣ ଶର୍ମା । ଆସନ୍ତା ୩୧ ତାରିଖରେ ତାହା ରିଲିଜ୍‌ ହେବ । ଜାହ୍ନବୀ ଓ ରାଜକୁମାରଙ୍କ ବ୍ୟତୀତ ରାଜେଶ ଶର୍ମା, କୁମୁଦ ମିଶ୍ରା, ଅଭିଷେକ ବାନାର୍ଜୀ ପ୍ରମୁଖଙ୍କୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଜାହ୍ନବୀ ଓ ରାଜକୁମାରଙ୍କର ଏହା ଦ୍ୱିତୀୟ ଫିଲ୍ମ । ପୂର୍ବରୁ ସେମାନଙ୍କର ଯୋଡ଼ିକୁ ‘ରୁହି’ରେ ଦେଖିବାକୁ ମିଳିଥିଲା । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ଉଲଝ’ରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.