ଅନୁଭବଙ୍କ ନାଁରେ NBW ଜାରି, ୨୩ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 13, 2024 IST

କଟକ ୧୩/୦୫: ଅନୁଭବଙ୍କ ନାଁରେ ଜାରି ହେଲା ଏନ ବି ଡବ୍ଲ୍ୟୁ। ୨୩ ତାରିଖ ସୁଦ୍ଧା ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ପେଶାଲ ଜେଏମଏଫସି କୋର୍ଟ କଟକ । ବର୍ଷାଙ୍କ ଏତଲା ଆଧାରରେ ଦାୟର ହୋଇଛି ମାମଲା । 

ଆଜି ଅନୁଭବଙ୍କ ନାଁରେ ହେବାର ଥିଲା ଚାର୍ଜଫ୍ରେମ । ପୂର୍ବରୁ ଥରେ ସମୟ ଲୋଡ଼ିଥିଲେ ଅନୁଭବ । ଆଜି ମଧ୍ୟ ସମୟ ଲୋଡ଼ିଥିଲେ ଅନୁଭବ । ତେବେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । 

ସୂଚନା ଥାଉକି, ମେ ୧୦ରେ ହାଜର ହୋଇନଥିଲେ ସାଂସଦ ଅନୁଭବ ମହାନ୍ତି । ଫଳରେ ଚାର୍ଜ ଫ୍ରେମ୍ ହୋଇପାରିନଥିଲା । କାରଣ ଅନୁଭବ ଓ ଦୁଇ ସହଯୋଗୀ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଥିଲେ । 


ଗତ ୮ ତାରିଖରେ ଡିସଚାର୍ଜ ପିଟିସନ ଖାରଜ କରିବା ସହ ଚାର୍ଜଫ୍ରେର୍ଜ ପାଇଁ ନିର୍ଦେଶ୍ ଦେଇଥିଲେ ସ୍ୱତନ୍ତ୍ର ଜେଏମଏଫ୍ସି କୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିଲା ନିର୍ଯାତନା ମାମଲା । ଯାହାକୁ ଖାରଜ କରିବାକୁ ଆବେଦନ କରିଥିଲେି ଅନୁଭବ। 

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ମାମଲାର ରାୟ ପ୍ରକାଶ ପାଇଥିଲା । 

ସାଂସଦ ତଥା ଅନୁଭବ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିବା ବେଳେ ଏହାକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରି ଅନୁଭବ ଏମପି ଏମେଲଏ ସ୍ୱତନ୍ତ୍ର ଅଦାଲତରେ କରିଥିଲେ ପ୍ରାର୍ଥନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.