ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୬୨.୯୬% ମତଦାନ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ବର ୧୩।୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬% ମତଦାନ ହୋଇଛି । ଗଜପତିରେ ୬୩.୭୧% ମତଦାନ ହୋଇଥିବା ବେଳେ ରାୟଗଡ଼ାରେ ୬୨.୯୬% ମତଦାନ ହୋଇଛି । ସେହିଭଳି କୋରାପୁଟରେ ୬୧.୨୨%, ନୂଆପଡ଼ାରେ ୬୬.୩୫%, ନବରଙ୍ଗପୁରରେ ୬୮.୮୪% ମତଦାନ ହୋଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମତଦାନ । କଡ଼ା ସୁରକ୍ଷା ଚାଲିଛି ମତଦାନ । ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ଚାଲିଛି ମତଦାନ । 

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ୍ ଗ୍ରହଣ । ସେହିପରି କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ । ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ । କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ଚାଲିଛି ମତଦାନ । 

You Can Read :

କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମହିଳାଙ୍କ ସମେତ ୩ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.