ନୂଆଦିଲ୍ଲୀ, ୧୫/୧୨:କାନାଡାରେ ଦୁଇ ପଞ୍ଜାବୀ ଛାତ୍ରଙ୍କୁ ଗୁଳିମାଡ । ଶୁକ୍ରବାର କାନାଡାରେ ଦୁଇ ପଞ୍ଜାବୀ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ଏଥିରେ ଉଭୟ ଛାତ୍ର ପ୍ରାଣ ହରାଇଛନ୍ତି । ତେବେ ସେମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିବା ପୋଲିସ କହିଛି ।

ରିପୋର୍ଟ ଅନୁସାରେ, କାନାଡାର ଏଡମଣ୍ଟନରେ ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ନିହତ ହୋଇଥିବା ଦୁଇ ଛାତ୍ର ହେଲେ ଗୁରଦୀପ ସିଂ ଏବଂ ରଣବୀର ସିଂ । ଉଭୟ ପଞ୍ଜାବର ମନସା ଜିଲ୍ଲାରୁ କାନାଡାକୁ ପାଠ ପଢିବା ପାଇଁ ଆସିଥିଲେ । ଉଭୟ ଏକ ପାର୍ଟିରେ ସାମିଲ ହେବାକୁ ଯାଉଥିବା ବେଳେ ପାୟାରିଂ ହୋଇଥିଲା ।

ସ୍ଥାନୀୟ ପୋଲିସର କହିବାନୁସାରେ, ଦକ୍ଷିଣ ଏଡମଣ୍ଟନର ୩୨ଷ୍ଟ୍ରିଟ୍ ଆଭେନ୍ୟୁରେ ଶୁକ୍ରବାର ରାତି .୪୩ମିନିଟରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଆକ୍ରମଣକାରୀଙ୍କ ସନ୍ଧାନ ମିଳିପାରି ନାହିଁ । ଗୁଳିକାଣ୍ଡ ଘଟାଇଥିବା ଆକ୍ରମଣକାରୀକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।