ବ୍ରହ୍ମପୁର ୮।୭: ଗଞ୍ଜାମ ଜିଲ୍ଲାରେ ୫ ବର୍ଷ ଭିତରେ ବାରହା ଫାଶରେ ପଡ଼ି ପ୍ରାଣ ହରାଇଲେଣି ୨ଟି କଲରାପତରିଆ ବାଘ। ମଙ୍ଗଳବାର କବିସୂର୍ଯ୍ୟନଗର ଜରଡ ପାହାଡ଼ ନିକଟ ଏକ ଗଛରେ ବାରହା ଫାଶରେ ପଡି କଲରାପତରିଆ ବାଘର ମୃତ୍ୟୁ ଘଟିଛି ।

ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ୧୯ରେ ମୁଜାଗଡ଼ ବନାଞ୍ଚଳ ବାଇବାଲି ଜଙ୍ଗଲ ନିକଟରୁ କଲରାପତରିଆ ବାଘ ଛୁଆର ମୃତଦେହକୁ ଠାବ କରିଥିଲା ବନ ବିଭାଗ। ୨୦୨୧ ଜାନୁଆରୀ ୨୮ ତାରିଖରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଚୁଗୁଡ଼ା ବନାଞ୍ଚଳ କୁଣ୍ଡାଖାଇ ଜଙ୍ଗଳରେ ଏକ କଲରାପତରିଆ ବାଘ ବାରହା ଫାଶରେ ପଡ଼ି ପ୍ରାଣ ହରାଇଥିଲା। ଜିଲ୍ଲାରେ ଦିନକୁ ଏଭଳି ବାଘ ମୃତ୍ୟୁ ଘଟଣା ପାଇଁ ବନ ବିଭାଗର ଢିଲା ପଣିଆକୁ ଦାୟୀ କରିଛନ୍ତି ବୁଦ୍ଧିଜିବୀ। ସେପଟେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାରେ ଆଉ ବାଘ ଆଉ ଦେଖିବାକୁ ମିଳିବେନି ବୋଲି କହିଛନ୍ତି ପରିବେଶବିତ୍।

Also Read:- ପଟିଆ କିଟ୍ ରାସ୍ତାରେ ସରକାରୀ ଜମିକୁ ଜବରଦଖଲ ମୁକ୍ତ କଲା CEMC, ୨୦୦୭ରୁ ଜମିକୁ ଦଖଲରେ ରଖିଥିଲେ

ମଙ୍ଗଳବାକ ପ୍ରାଣ ହରାଇଥିବା ବାଘର ବୟସ ଅଢେଇ ବର୍ଷ ଏବଂ ଏହା ଏକ ଅଣ୍ଡିରା ବାଘ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଛି। ବାରହା ଶିକାର ପାଇଁ ତାର ବିଛା ଯାଇଥିବା ବେଳେ ସେଥିରେ ଲାଗି ବାଘର ମୃତ୍ୟୁ ଘଟିଥିବା କହିଛନ୍ତି ଆରସିସିଏଫ। ମୃତ ବାଘର ପୋଷ୍ଟ ମୋର୍ଟମ ସରିଛି। ନମୁନା ସଂଗ୍ରହ କରି ଓୟୁଏଟିକୁ ପଠା ଯାଇଥିବା କହିଛନ୍ତି ପଶୁ ଚିକିତ୍ସକ। ରିପୋର୍ଟ ଆସିବା ପରେ ବାଘର ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ।