କଟକ ୩୧ ।୦୩ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜୀବନ । କଟକ ଚାଉଳିଆଗଞ୍ଜ ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଚାଉଳିଗଞ୍ଜ ନିକଟ ତାଳଦଣ୍ଡା କେନାଲ ରାସ୍ତାରେ ଟାଟା ମ୍ୟାଜିକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଧ୍ୟରେ ଜଣେ ୧୩ ବର୍ଷର ଝିଅ ଏବଂ ୨୨ ବର୍ଷର ପୁଅ ରହିଛନ୍ତି । ଦୁର୍ଘଟଣାରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ଦୁଇ ମୃତକଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Also Read:-ଯୁଦ୍ଧ ଯୋଗୁ ରାଜ୍ୟରେ ନହେଉ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କିଛି ସମୟ ପାଇଁ ରାସ୍ତାରେ ଗାଡ଼ିର ଜାମ୍ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ କିପରି ଗମନାଗମନ ସୁବିଧା ହେବ । ସେନେଇ ଉଦ୍ୟମ କରିଥିଲା ।