ସୋନପୁର ୨୬।୭: ଲଘୁଚାପ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଏହାସହ ଉପକୂଳ ଏବଂ ସଂଲଗ୍ନ କେତେକ ଜିଲ୍ଲାରେ ବି ପ୍ରବଳ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନରୁ ଜଣାପଡ଼ିଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପରେ ଲଘୁଚାପ ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ବର୍ଷା ପରିମାଣ କ୍ରମଶଃ ବଢ଼ିବ ବୋଲି ସମ୍ଭାବନା ରହିଛି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହର ଯୋରରେ ଥିବା ଠେଙ୍ଗୋ ଡ୍ୟାମ୍ରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଠେଙ୍ଗୋ । ଫଳରେ ଦୁଇଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ କରାଯାଉଛି । ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୧୪୭.୫ ମିଟର ଥିବାବେଳେ ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍‌ରେ ପାଣି ପଶୁଛି ।

Also Read:- ୩ ଦିନ ଯାଏଁ ଅତି ପ୍ରବଳ ବର୍ଷା, ଫୁଲିବ ମହାନଦୀ...ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ତେବେ ଠେଙ୍ଗୋ ଡ୍ୟାମ୍‌ର ଆହୁରି ଅଧିକ ଗେଟ୍ ଖୋଲିବା ସମ୍ଭାବନା ରହିଛି । ସକାଳ ୬ଟା ୩୦ ମିନିଟ୍ରେ ପ୍ରଥମ ଗେଟ୍ ଖୋଲିଛି । ଏବେ ବର୍ଷା ହେଉ ନଥିବାରୁ ବନ୍ୟା ପରିସ୍ଥିତି ସମ୍ଭାବନା ନାହିଁ ।