ଗାଜିଆବାଦ ୦୬।୦୪:  ଛୁଟିରେ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, କିଛି ସମୟର ଖୁସିରେ ଲାଗିଯିବ ଗ୍ରହଣ । ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ସାଙ୍ଗ । ମୃତକ ମଧ୍ୟରେ ଗୁର୍‌ଗାଓଁର ଥିବା ଏକ ଆଇଟି କମ୍ପାନୀର ବରିଷ୍ଠ କର୍ମଚାରୀ ବ୍ରିଜେଶ କୁମାର ତ୍ରିପାଠୀ, ଏବଂ ସଚିନ ତ୍ୟାଗୀ ରହିଛି । ସଚି ରିୟଲ ଇଷ୍ଟେଟ୍‌ ବ୍ୟବସାୟ ସହିତ ଜଡିତ ଥିଲେ ।

ଶୁକ୍ରବାର ଦିନ ଦୁଇ ଜଣ ନିଜ ପରିବାର ସହିତ ଛୁଟିରେ ହରିଦ୍ୱାର ଯାଇଥିଲେ ।ସେଠାରେ କିଛି ସମୟ ବିତାଇବା ପରେ ଉଭୟ ରବିବାର ଦିନ ପାଖରେ ଥିବା ଗଙ୍ଗା ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ବ୍ରିଜେଶ ତ୍ରିପାଠୀଙ୍କ ପାଦ ହଠାତ୍‌ ଗୋଡ଼ ଖସିଯାଇଥିଲା। ନଦୀର ପ୍ରଖର ସୁଅର ଭାସିବାକୁ ଲାଗିଥିଲେ ବ୍ରିଜେଶ । ଯାହାକୁ ଦେଖି ସାଥିରେ ଥିବା ସଚିନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ବଞ୍ଚାଇବେ କଣ ? ବରଂ ନିଜେ ପାଣିରେ ଭାସିଯାଇଥିଲେ । ଏହାପରେ ତୁରନ୍ତ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଆରମ୍ଭ କରିଥିଲେ ଅପରେସନ । ଦୀର୍ଘ ସମୟରେ ଅପରେସନ ପରେ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଥିଲା । 

ବ୍ରିଜେଶ କୁମାର ତ୍ରିପାଠୀ ଗାଜିଆବାଦର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । ତାଙ୍କ ଏକ ୧୩ ବର୍ଷର ପୁଅ ଏବଂ ୭ ବର୍ଷର ଝିଅ ରହିଛି । ସଚିନଙ୍କ ଘର ବିହାରର ଗୋପାଳଗଞ୍ଜ ଅଞ୍ଚଳର । ସେ ଗୁର୍‌ଗାଓଁରେ ରହୁଥିଲେ । ବ୍ରିଜେଶଙ୍କ ମୃତ୍ୟୁ ଖବରରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ସେହିପରି ସଚିନ ତ୍ୟାଗୀଙ୍କ ଦୁଇ ଝିଅ, ପୁରା ପରିବାର ସହ ଗାଜିଆବାଦରେ ରୁହନ୍ତି । ସେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ବି କରନ୍ତି ।