ସୋନପୁର ୧୨।୧୨: ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ । ଭିଜିଲାନ୍ସ ଜାଲରେ ଧରାପଡ଼ି ଜେଲ୍ ଗଲେ ଦୁଇ ଠକ । ଗିରଫ ଦୁଇ ଠକ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା । ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ମାଗିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ୍ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ୍ କରିବେ କହି ଧମକାଉଥିଲେ । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।