ବେଜିଂ: ଚୀନ୍ ର ୨ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଭି.ଫେଂଘେ ଓ ଲି ସାଙ୍ଗଫୁଙ୍କୁ ଗୁରୁବାର ଦୁର୍ନୀତି ଅଭିଯୋଗରେ ୨ ବର୍ଷର ଆଶ୍ୱସ୍ତି ସହିତ ମୃତ୍ୟୁଦଣ୍ଡାଦେଶ କରାଯାଇଛି। ଫେଂଘେ ଓ ତାଙ୍କ ପରେ ପ୍ରତିରକ୍ଷାମନ୍ତ୍ରୀ ହୋଇଥିବା ଲି ସାଙ୍ଗଫୁଙ୍କୁ ୨୦୨୪ ମସିହାରେ ଶାସକ କମ୍ୟୁନିଷ୍ଟ ପାର୍ଟିରୁ ନିଷ୍କାସିତ କରାଯାଇଥିଲା। ଉଭୟ ରକ୍ଷାମନ୍ତ୍ରୀ ସି ଜିନପିଙ୍ଗଙ୍କ ଅଧିନରେ କାମ କରିଥିଲେ। ଫେଂଘେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ତେବେ ସାଂଗଫୁ ମାତ୍ର କିଛି ମାସ ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

ଚୀନ୍ ଏରୋସ୍ପେସ୍ ଇଞ୍ଜିନିୟର ଫେଂଘେ ପ୍ୟୁପିଲସ୍ ଲିବରେସନ ଆର୍ମିର ଅତି ଗୁରୁତ୍ୱପୂର୍ଣ୍ଣ ରକେଟ୍ (ମିଜାଇଲ) ଫୋର୍ସର ନେତୃତ୍ୱ ନେଇଥିଲେ। ରକ୍ଷାମନ୍ତ୍ରୀ ଭାବେ ତାଙ୍କୁ ନିଜେ ଜିନପିଙ୍ଗ ବାଛିଥିଲେ। ସିହ୍ନୁହା ଅନୁସାରେ ଉଭୟଙ୍କୁ ଦୁର୍ନୀତି ଅଭିଯୋଗରେ ଦଣ୍ଡିତ କରାଯାଇଛି। ସମ୍ବାଦ ସରବରାହ ସଂସ୍ଥାର ଦୁଇଟି ପାରାରେ ଦିଆଯାଇଥିବା ବ୍ରିଫିଙ୍ଗ ଅନୁସାରେ ଏକ ସାମରିକ କୋର୍ଟ ଫେଂଘେଙ୍କୁ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ସେହିପରି ଲି ଉଭୟ ଲାଞ୍ଚ ନେବା ଓ ଦେବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବୟାନରେ କୁହାଯାଇଛି ଯେ ଉଭୟ ବ୍ୟକ୍ତିଙ୍କୁ ଦୁଇ ବର୍ଷର ଆଶ୍ୱସ୍ତି ସହିତ ମୃତ୍ୟୁଦଣ୍ଡ, ଆଜୀବନ ରାଜନୈତିକ ଅଧିକାରରୁ ବଞ୍ଚିତ କରିବା ଓ ସେମାନଙ୍କ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଜବତ କରିବା ଆଦି ଦଣ୍ଡାଦେଶ ହୋଇଛି। ବୟାନରେ କୁହାଯାଇଛି ଯେ ଦୁଇ ବର୍ଷର ମହଲତ ଅବଧି ସମାପ୍ତ ହେବା ପରେ ସେମାନଙ୍କ ଦଣ୍ଡକୁ ଆଜୀବନ ଜେଲଦଣ୍ଡାଦେଶରେ ବଦଳାଇ ଦିଆଯିବ। ଏଥିରେ ସେମାନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଓ ପାରୋଲ ପ୍ରଦାନ କରାଯିବନି। ଅଭିଯୋଗ ଅନୁସାରେ ସି ଜିନପିଙ୍ଗ ଙ୍କ ଦୁର୍ନୀତି ବିରୋଧୀ ଅଭିଯାନ କାଳରେ ପଦରୁ ହଟାଯାଇଥିବା ଶୀର୍ଷ ଜେନେରାଲଙ୍କ ମଧ୍ୟରେ ଫେଂଘେ ଏକମାତ୍ର ଏପରି ଜେନେରାଲ ଥିଲେ ଯାହାଙ୍କୁ ‘ଝୋଙ୍ଗଚେଙ୍ଗ ସି ଜୀ ’ ଅର୍ଥାତ ବିଶ୍ୱାସଘାତୀ ସାବ୍ୟସ୍ତ କରାଯାଇଛି।

Also Read..ସାମ୍ନାକୁ ଆସିଲା ଏପଷ୍ଟେଇନ୍ ର ସୁଇସାଇଡ୍ ନୋଟ୍...ମୃତ୍ୟୁର ଠିକ୍ ପୂର୍ବରୁ ଲେଖାଯାଇଛି ଛାତିଥରା କଥା