ଭଦ୍ରକ ୩୧।୫: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇ ଦେବାକୁ କହି ହୋଟେଲରେ ଏକାଧିକ ଥର ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ମୁହଁ ଖୋଲିଲେ ଅଶୋକ ସମ୍ରାଟ ଯାତ୍ରାପାର୍ଟିର ମ୍ୟାନେଜର ଜଗତ ଜୀବନ ପଣ୍ଡା । ସେ କହିଛନ୍ତି ଏହି ଘଟଣାରେ ଗିରଫ ଦୁଇ ମ୍ୟାନେଜର ତୁଳସୀ ଗଣନାଟ୍ୟ ସହ ଜଡ଼ିତ ନୁହନ୍ତି । ଯେଉଁମାନେ ବି ସେମାନେ ତୁଳସୀ ଗଣନାଟ୍ୟର ମ୍ୟାନେଜର ବୋଲି କହୁଛନ୍ତି ସେମାନଙ୍କ ବିରୁଦ୍ଧରେ ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଆଇନର ସହାୟତା ନେବେ ବୋଲି ଜଗତ ଜୀବନ ପଣ୍ଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କରାଇଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ପରେ ଏକ ଯାତ୍ରାପାର୍ଟିର ଦୁଇ ଜଣ ମ୍ୟାନେଜରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରିଛି । ଯୁବତୀଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଦୁଇ ମ୍ୟାନେଜର ଯୁବତୀଙ୍କୁ ଯାତ୍ରା ପାର୍ଟିର ମାଲିକଙ୍କ ସହ ଦେଖା କରାଇବା ପାଇଁ ଏକ ଢାବାକୁ ନେଇ ସେଠାରେ ମାଲିକଙ୍କ ସହ ସେମାନେ ଭେଟ କରାଇବା ସହିତ ଅଭିନେତ୍ରୀ ହେବା ପାଇଁ ଆଉ ଥରେ ଆସିବାକୁ କହିଥିଲେ । ଗତ ୧୨ ତାରିଖ ପୂର୍ବାହ୍ନରେ ଯୁବତୀଙ୍କୁ କେନ୍ଦ୍ରାପଡ଼ା ନେଇଥିଲେ । ସେଠାରେ ଥିବା ଏକ ହୋଟେଲ୍‌ରେ ଦୁଇ ମ୍ୟାନେଜର ପୁଣି ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଟଙ୍କା ନ ଦେଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ସେମାନେ ଧମକ ଦେଇ ଯୁବତୀଙ୍କୁ ଏକ ସ୍ଥାନରେ ଆଣି ଛାଡ଼ି ଦେଇଥିଲେ । ଫୋନ୍‌ରେ ଯୁବତୀଙ୍କୁ ସେମାନେ ଟଙ୍କା ମାଗିବା ସହିତ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲେ ବୋଲି ଯୁବତୀ ଜଣଙ୍କ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Also Read:- ୟୁଟ୍ୟୁବ୍ ଦେଖି ଅନଲାଇନ୍‌ରେ ମଗାଇଥିଲା, ୩ ମାସ ପୂର୍ବେ ମହିଳା ଓ୍ବାସ୍‌ରୁମ୍‌ରେ ଲଗାଇଥିଲା

ତେବେ ଏନେଇ ଅନନ୍ତ ନାରାୟଣ ଧଳଙ୍କ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ମ୍ୟାନେଜର ଜଗତ ଜୀବନ ପଣ୍ଡା କହିଛନ୍ତି ଦୁଇ ଗିରଫ ଅଭିଯୁକ୍ତ ତୁଳସୀ ଗଣନାଟ୍ୟର କୌଣସି ମ୍ୟାନେଜର ନୁହନ୍ତି ମିଛରେ ତୁଳସୀ ଯାତ୍ରା ପାର୍ଟି ତଥା ମାଲିକଙ୍କୁ ବଦନାମ କରାଯାଉଛି  । ଆବଶ୍ୟକ ପଡିଲେ ମାନହାନୀ ମୋକଦ୍ଦମା କରାଯିବା ନେଇ ମଧ୍ୟ ଜଗତ ଜୀବନ ପଣ୍ଡା କହିଛନ୍ତି ।