ନୂଆଦିଲ୍ଲୀ ୧୮।୦୮;ଭୋପାଳ ବହୁ ଚର୍ଚ୍ଚିତ ତ୍ଵିଶା ମୃତ୍ୟୁ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଭୋପାଳର ଏକ ସ୍ୱତନ୍ତ୍ର କୋର୍ଟ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ଏବଂ ଶାଶୁ ଗିରିବାଳାଙ୍କ ବିରୋଧରେ ପ୍ରାୟ ୬୩୬ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଛି । ସେଥିରେ ସ୍ୱାମୀ ସମର୍ଥ ଏବଂ ଶାଶୁ ଗିରିବାଳା ଟ୍ୱିଶାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ରହିଛି । ଏହି ହାଇପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଅଭିଯୋଗ କରିଛି ଯେ, ଉଭୟ ସମର୍ଥ ଏବଂ ତାଙ୍କ ମା ଟ୍ୱିଶାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ତେଣୁ ଟ୍ୱିଶାଙ୍କ ପାଖରେ ଜୀବନ ହାରିବା ଛଡା ଆଉ କିଛି ବାଟ ନଥିଲା । ମୃତ୍ୟୁ ପୂର୍ବରୁ ଟ୍ୱିଶା ତାଙ୍କ ପରିବାରକୁ କରିଥିବା ମେସେଜ୍ ମଧ୍ୟ ସାମ୍ନାକୁ ଆସିଛି ।

'ମୋତେ ଶାନ୍ତିରେ ମରିବାକୁ ଦିଅ'

ମୃତ୍ୟୁ ପୂର୍ବରୁ ଟ୍ୱିଶା ତାଙ୍କ ଭାଉଜଙ୍କ ପାଖକୁ ଏକ ମେସେଜ ପଠାଇଥିଲେ । ସେ ଲେଖିଥିଲେ, '' ତାଙ୍କୁ କୁହ ସେ ତାର ସ୍ତ୍ରୀ ବଳକା ଜିନିଷପତ୍ର ନେଇଯିବ । ବର୍ତ୍ତମାନ ପାଇଁ ଶାନ୍ତିରେ ମରିବାକୁ ଦିଅ ।'' କୋର୍ଟରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ଏହା ଉଲ୍ଲେଖ କରାଯାଇଛି । ଏହାର କିଛି ମିନିଟ୍ ପରେ ଟ୍ୱିଶା ଶର୍ମା ଫାଶୀ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସିବିଆଇ ଚାର୍ଜିସିଟରେ କହିଛି ଯେ, ମେ ୧୨, ୨୦୨୬ ରାତି ୯ଟା ୩୬ ମିନିଟ୍ ସମୟରେ ୩୪ ବର୍ଷୀୟା ଟ୍ୱିଶା ପଠାଇଥିବା ମେସେଜ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି ମେସେଜରେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ଦ୍ୱାରା ମାନସିକ ନିର୍ଯାତନାର ସୂଚନା ମିଳିଥଲା । ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ସିବିଆଇ ଟ୍ୱିଶାଙ୍କ ଶାଶୁ ଏବଂ ସ୍ୱାମୀଙ୍କ ବିରୋଧରେ ନିଷ୍ଠୁରତା, ଆତ୍ମହତ୍ୟା ପାଇଁ ଉସକାଇବା ଏବଂ ସାଧାରଣ ଅପରାଧ ସହ ଜଡ଼ିତ ଅପରାଧ ସମ୍ବନ୍ଧୀୟ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ଲଗାଇଛି ।

ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ସିବିଆଇ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ଏବଂ ଶାଶୁ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କ ବିରୋଧୀରେ ଅନେକ ଗମ୍ଭୀର ଅଭିଯୋଗ ଲଗାଯାଇଛି । ସେଥିରେ ଆତ୍ମହତ୍ୟା ଲାଗି ଉସକାଇବା, ଯୌତୁକ ନିର୍ଯାତନା ଭଳି ଅଭିଯୋଗ ରହିଛି । ବିବାହର ମାତ୍ର ୫ ମାସ ପରେ ମେ ୧୨ ତାରିଖରେ ଭୋପାଳସ୍ଥିତ ଶାଶୁଘରୁ ଟ୍ୱିଶାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଟ୍ୱିଶାଙ୍କ ପରିବାର ଲୋକ ଶାଶୁଘରେ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଥିଲେ।