ଜେରୁଜେଲମ : ଇସ୍ରାଏଲ ଭିତରେ ପଶିବ ତୁର୍କୀ। ନେତାନ୍ୟାହୁଙ୍କୁ ଉଠାଇ ଆଣିବ ସ୍ପେଶାଲ ଫୋର୍ସ। ଜାରି ହୋଇସାରିଛି ଆରେଷ୍ଟ ଓ୍ୱାରେଣ୍ଟ। ଅଙ୍କାରା ସହ ହାତ ମିଳାଇଛି ତେହେରାନ। ଏବେ ହାଇଆଲର୍ଟରେ ଜେରୁଜେଲମ। ମୋସାଦ ବି ପୂରା ଆକ୍ଟିଭ। ତୁର୍କୀ ଓ ଇସ୍ରାଏଲ ମଧ୍ୟରେ ବିବାଦ ଏବେ ଚରମସୀମାରେ l ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଗିରଫ କରିବା ପାଇଁ ମାଷ୍ଟରପ୍ଲାନ ତିଆରି କରୁଛନ୍ତି ରାଷ୍ଟ୍ରପତି ତାୟିପେ ଏର୍ଦୋଗାନ l ନେତାନ୍ୟାହୁଙ୍କ ବିରୋଧରେ ଇଣ୍ଟରପୋଲ ମାଧ୍ୟମରେ ଜାରି କରାଯାଇଛି ରେଡ୍ ନୋଟିସ l ୨୦୨୬ ଜୁଲାଇ ମାସ। ଗାଜା ଅଭିମୁଖେ ଯାଉଥିବା ‘ଗ୍ଲୋବାଲ  ଫ୍ଲୋଟିଲା’ର କାର୍ଯ୍ୟକର୍ତ୍ତାଙ୍କୁ ବନ୍ଦୀ କରିଥିଲା ଇସ୍ରାଏଲ ସେନା। ଏହାକୁ ନେଇ ଚାଲିଥିବା ମାମଲାରେ ବଡ଼ ପଦକ୍ଷେପ  ନେଇଛି ତୁର୍କୀ। 

ତୁର୍କୀ କର୍ତ୍ତୃପକ୍ଷଙ୍କ ଅନୁସାରେ, ନେତାନ୍ୟାହୁ ଓ ଆଉ ଜଣେ ଇସ୍ରାଏଲୀ ବ୍ୟକ୍ତିଙ୍କ ବିରୋଧରେ ୨୦୨୬ ଜୁଲାଇ ୧୪ରେ ଗିରଫ ପରୱାନା ଜାରି ହୋଇଥିଲା। ଇସ୍ତାନବୁଲର ଇଲେଭେନ୍ଥ ହାଇ କ୍ରିମିନାଲ କୋର୍ଟରେ ଚାଲିଥିବା ମାମଲାରେ ନେତାନ୍ୟାହୁଙ୍କ ସମେତ ୩୫ ଜଣଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଏଥିରେ ‘ଗଣହତ୍ୟା’ , ମାନବତା ବିରୋଧୀ ଅପରାଧ, ନିର୍ଯାତନା, ଅବୈଧ ଭାବେ ଅଟକ ରଖିବା ଭଳି ସଂଗୀନ ଅଭିଯୋଗ ରହିଛି। ନେତାନ୍ୟାହୁଙ୍କୁ ଗିରଫ କରିବା ପାଇଁ ଆଉ ପାଦେ ଆଗେଇଛି ତୁର୍କୀ। ଇଣ୍ଟରପୋଲ ମାଧ୍ୟମରେ ଜାରି କରାଯାଇଛି ରେଡ୍ ନୋଟିସ।ତୁର୍କୀର ଆଇନ ମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତୀୟ ଜଳସୀମାରେ ଗାଜାକୁ ମାନବିକ ସହାୟତା ନେଇ ଯାଉଥିବା ଫ୍ଲୋଟିଲାରେ ଇସ୍ରାଏଲୀ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକର୍ତ୍ତାଙ୍କ ଅଟକକୁ ନେଇ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଦାୟୀ ବ୍ୟକ୍ତିମାନଙ୍କୁ କେବେ ଛଡ଼ାଯିବ ନାହିଁ। 

PLEASE READ -Russia-ukrain : ୟୁକ୍ରେନ୍‌ର ସପିଂ ମଲ୍‌ ଉପରେ ରୁଷର ମିସାଇଲ୍ ଆଟାକ; ୧୪ ମୃତ, ୧୨୧ ଅଧିକ ଆହତ
ତୁର୍କୀର ବୟାନକୁ ଖଣ୍ଡନ କରିଛି ଇସ୍ରାଏଲ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା  ସୂଚନା ଅନୁସାରେ ଇସ୍ରାଏଲୀ ନେତୃତ୍ୱକୁ ଚାପରେ ରଖିବାର ଚେଷ୍ଟା ବୋଲି କୁହାଯାଇଛି। ତୁର୍କୀ ଆଣିଥିବା ‘ଗଣହତ୍ୟା’ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ଇସ୍ରାଏଲ। ଏହି ଆଇନଗତ ବିବାଦ ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସିରିଆକୁ ନେଇ ତୁର୍କୀ ଓ ଇସ୍ରାଏଲ ମଧ୍ୟରେ ସାମରିକ ଓ କୂଟନୈତିକ ବିବାଦ  ବଢ଼ିଛି। 

ଗତ ଅଗଷ୍ଟ ୧୮ରେ ସିରିଆର ଅବୁ ଅଲ-ଦୁହୁର ଏୟାରବେସ୍ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଇସ୍ରାଏଲର ଦାବି- ସେଠାରେ ତୁର୍କୀ ସେନା ମୁତୟନ ହେବାର ସମ୍ଭାବନା ଥିଲା। କିନ୍ତୁ ଏହି ଦାବିକୁ ଖଣ୍ଡନ କରି ଆକ୍ରମଣକୁ ନିନ୍ଦା କରିଛି ତୁର୍କୀ। ସିରିଆ ସରକାର ମଧ୍ୟ କହିଛି ଯେ ଉକ୍ତ ଏୟାରବେସ୍‌ରେ ସ୍ଥାୟୀ ତୁର୍କୀ ସାମରିକ ଘାଟି ସ୍ଥାପନର କୌଣସି ଯୋଜନା ନଥିଲା। ଏହି ଘଟଣା ପରେ ଇସ୍ରାଏଲ-ତୁର୍କୀ  ସମ୍ପର୍କରେ ନୂଆ ତିକ୍ତତା ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଇଣ୍ଟରପୋଲ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଇନଗତ, କୂଟନୈତିକ ଓ ସାମରିକ ବିବାଦକୁ ଆହୁରି ଜଟିଳ କରିଛି। ତେବେ ତୁର୍କୀର ଅନୁରୋଧ ଉପରେ ଇଣ୍ଟରପୋଲ ରେଡ୍ ନୋଟିସ ଜାରି କରିବ କି? ନେତାନ୍ୟାହୁଙ୍କୁ ଗିରଫ କରିବା କଣ ସମ୍ଭବ?