ଭୁବନେଶ୍ବର ୧୬।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟାଇମ୍ସ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ପାସ୍ ହାର ୧୦୦ ପ୍ରତିଶତ ରହିଛି ।

ବିଦ୍ୟାଳୟର ଛାତ୍ର ଶ୍ରୀମାନ ଆୟୁଷ ଅର୍ପିତ ସାହୁ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଥିବା ସମୟରେ ୬୦ ପ୍ରତିଶତ ପିଲାମାନେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଭଳି ଗୌରବମୟ ମୁହୂର୍ତ୍ତରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ.ଶାରଦା ପ୍ରସାଦ ମିଶ୍ର, ଅଧ୍ୟକ୍ଷା ରଞ୍ଜିତା ମହାପାତ୍ର ତଥା ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।