ନୂଆଦିଲ୍ଲୀ, ୦୩/୦୪ : ବାହାରିଲା ଆମେରିକା ରାଷ୍ଟ୍ରପତିଙ୍କ ପୁରୁଣା ରୋଗ । ଇରାନ ସହ ଯୁଦ୍ଧ ମଧ୍ୟରେ ଆରମ୍ଭ କରିଦେଲେ ଟାରିଫ୍ ଓ୍ୱାର୍ । ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ନିଜ ଟ୍ରେଡ୍ ପଲିସିରେ ଅନେକ ପରିବର୍ତ୍ତନ କରିଛନ୍ତି । ଏହାସହ ବିଦେଶୀ ବ୍ରାଣ୍ଡେଡ୍ ମେଡିସିନ୍ ଉପରେ ୧୦୦ ପ୍ରତିଶତ ଯାଏଁ ଟାରିଫ୍ ଲଗାଇଛନ୍ତି ।

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଅନେକ ମେଡିସିନ୍ କମ୍ପାନୀ ଉପରେ ପଡିବ । ଯେଉଁ ଫାର୍ମା କମ୍ପାନୀ ନିଜ ଔଷଧକୁ ଆମେରିକା ବାହାରେ ପ୍ରସ୍ତୁତ କରୁଛନ୍ତି ସେମାନେ ବେଶି ପ୍ରଭାବିତ ହେବେ । ଟ୍ରମ୍ପ୍ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀମାନେ ନିଜ ଔଷଧର ଦାମ୍ କମାଇବା ସହ ସାମଗ୍ରୀକୁ ଆମେରିକାରେ ପ୍ରସ୍ତୁତ କରିବାକୁ ହେବ । ଯେଉଁ କମ୍ପାନୀ ସର୍ତ୍ତକୁ ମାନିବ ନାହିଁ ସେମାନଙ୍କ ଉପରେ ଜରିମନା ସହ ଟିକସ୍ ଲାଗିବ ।

ଏହାସହ ଆମେରିକା ରାଷ୍ଟ୍ରପତି ଷ୍ଟିଲ୍ ଆଲୁମିନିୟମ, ତମ୍ବା ଭଳି ଧାତୁର ଉତ୍ପାଦର ଟିକସ ନିୟମରେ ପରିବର୍ତ୍ତନ କରିଛନ୍ତି । ଫଳରେ ଏଥିରୁ ଅନେକ ଧାତୁ ଉପରେ ଅତିରିକ୍ତ ଟିକସ ଲାଗିବ । ସେହିପରି ଟିକସ ଆଦାୟର ନିୟମରେ ମଧ୍ୟ ଟ୍ରମ୍ପ୍ ପ୍ରଶାସନ ପରିବର୍ତ୍ତନ କରିଛନ୍ତି ।

ନୂଆ ନିୟମ ଅନୁସାରେ, ଯେଉଁ କମ୍ପାନୀ ଆଂଶିକ ଭାବେ ନିଜ ଉତ୍ପାଦନ ଆମେରିକାକୁ ଆଣିବେ ସେମାନେ ୨୦ ପ୍ରତିଶତ ଟିକସ୍ ଦେବେ । ନିୟମ ପାଳନ କରୁନଥିବା କମ୍ପାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗିବ । ଟ୍ରମ୍ପଙ୍କ କହିବାନୁସାରେ, ଏହି ନିଷ୍ପତ୍ତି ଦ୍ୱାରା ଔଷଧ ଶସ୍ତାରେ ମିଳିବ । ଦେଶରେ ମାନୁଫାକଚରିଂ ସେକ୍ଟରରେ ଅଭିବୃଦ୍ଧି ହବ । ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କିନ୍ତୁ ୟୁରୋପୀୟ ୟୁନିଅନ, ଜାପାନ ଏବଂ ଦକ୍ଷିଣ କୋରିଆର କମ୍ପାନୀ ୧୫ ପ୍ରତିଶତ ଟିକସ୍ ଦେବେ ।

Also Read :-ପେଣ୍ଟାଗନ୍‌ରେ ବଡ଼ ହଲଚଲ ! ସେନାମୁଖ୍ୟଙ୍କୁ ବଳପୂର୍ବକ ଅବସର ଦେଲା ଆମେରିକା

ଔଷଧ ସହ ଷ୍ଟିଲ୍, ଆଲୁମିନିୟମ ଏବଂ ତମ୍ବାରେ ଲାଗୁଥିବା ଟିକସ ମଧ୍ୟ ପରିବର୍ତ୍ତନ ହୋଇଛି । ଅନେକ ଧାତୁ ଉପରେ ଲାଗୁଥିବା ଟିକସୁ ୫୦ ପ୍ରତିଶତରୁ ୨୫ ପ୍ରତିଶତକୁ ଅଣାଯାଇଛି । ଯେଉଁ ଉତ୍ପାଦରେ ଧାତୁର ମାତ୍ରା ୧୫ ପ୍ରତିଶତକୁ କମ୍ ରହିଥାଏ ସେସବୁ ଉପରେ କୌଣସି ଟିକସ୍ ଲାଗିବ ନାହିଁ । ଏହାଦ୍ୱାରା ଘରୋଇ ଉଦ୍ୟୋଗ ଲାଭବାନ ହେବେ । ଦେଶର ଭିତ୍ତିଭୂମିକୁ ସୁଦୃଢ କରିବେ ବୋଲି ଟ୍ରମ୍ପ୍ ପ୍ରକାଶ କରିଛନ୍ତି ।