ଲମତାପୁଟ ୨୮।୧୨: ଘନ କୁହୁଡ଼ି ହେଲା କାଳ । ଦେଖାଗଲାନି କିଛି, ମୁହାଁମୁହିଁ ହୋଇଗଲେ ଦୁଇ ଗାଡ଼ି । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ମାଳିପେଟା ଗ୍ରାମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଗୁରୁତର ହୋଇଥିବା ବେଳେ କାର୍‌ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ମାଳିପେଟା ଗ୍ରାମ ନିକଟରେ କୁକୁଡ଼ା ବୋଝେଇ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ଫଳରେ ଇକୋ କାର୍‌ରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଗୁରୁତରଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

​​​​​​​

କୋରାପୁଟ କୁନ୍ଦୁରାରୁ ୬ ଜଣ ଆନ୍ଧ୍ରପ୍ରଦେଶ ବୋରାକେଭ୍ ବୁଲିବା ପାଇଁ ଯାଉଥିବା ବାଟରେ ଦୁର୍ଘଟଣା ଘଟିଛି । ତେବେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉଥିଲା । ଯାହା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି l