ରାୟଗଡ଼ା, ୦୭/୧୦: ପୁଣି ଗୁମା ଘାଟିରେ ଓଲଟିଲା ଟ୍ରକ୍। କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟତ ଠପ୍। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିଛି ଶତାଧିକ ଯାନବାହନ। ଫଳରେ ଯାତ୍ରୀ ଓ ଚାଳକଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡ଼ୁଛି।

Also Read :- ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ

ରିପୋର୍ଟ ଅନୁସାରେ, ରାୟଗଡ଼ାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥର ଗୁମା ଘାଟି ୩ ନମ୍ବର ବୁଲାଣିରେ ଦୁଇଟି ଟ୍ରକ୍ ଓଲଟି ପଡ଼ିଛି । ସେପରି ଫୁଲକଣା ମଧ୍ୟ ଆଉ ଗୋଟିଏ ଟ୍ରକ୍ ଓଲଟି ପଢ଼ିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ରାତିତମାମ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକମାନେ ଦୀର୍ଘ ସମୟ ଧରି ଫସି ରହିଛନ୍ତି। ଏପର୍ଯ୍ୟନ୍ତ ଟ୍ରକ୍ ହଟାଇବା ଏବଂ ଯାତାୟତ ସ୍ୱାଭାବିକ କରିବା ନେଇ ପ୍ରଶାସନ ପକ୍ଷରୁ କୌଣସି ବଡ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।ଘଟଣାକୁ ନେଇ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।