ଭୁବନେଶ୍ୱର ୨୭।୦୫ : ପରିବହନ ମନ୍ତ୍ରୀଙ୍କ ଚେତାବନୀ । ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ । ତେଲ ଦର ବୃଦ୍ଧି ଯୋଗୁଁ ୨% ବସ୍ ଭଡ଼ା ବୃଦ୍ଧି ହୋଇଛି। ଏହା ସତ୍ତ୍ବେ ବି ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ ମନଇଚ୍ଛା ବସ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆସୁଛି । ଏମିତିରେ ସଠିକ ଭଡ଼ା ନେଇ ଲୋକଙ୍କୁ ସହଯୋଗ କରିବାକୁ ବସ୍ ମାଲିକ ଓ କର୍ମଚାରୀଙ୍କୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ସେହିପରି ଯଦି କୌଣସି ଗାଡ଼ି ମାଲିକ ମନ ଇଚ୍ଛା ଦର ବଢାନ୍ତି । କି ସରକାରଙ୍କ ନିୟମ ନମାନନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତୈଳ ଦର ବୃଦ୍ଧି ଲାଗି ବସ୍‌ ଭଡ଼ା ବଢାଯାଇଛି । ୨ ପ୍ରତିଶତ ଦର ବୃଦ୍ଧି କରାଯାଇଛି । ତେଣୁ ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ଟଙ୍କା ନେଲେ, ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ।

Also Read:-ଥାନା ଅଧିକାରୀଙ୍କ ଦବଙ୍ଗଗିରି : ମାଆଙ୍କ ମଥାରୁ ପୋଛିଦେଲେ ସିନ୍ଦୂର, ପୁଅକୁ ପାଇଖାନା ଭିତରେ ନିର୍ଘାତ ପିଟିଲେ

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଥିଲା । ଯାହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡିଥିଲା । ପେଟ୍ରୋଲ-ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିଲା । ଏପିରିକି କିଛି ବସ୍‌ ମନ ଇଚ୍ଛା ଯାତ୍ରୀଙ୍କ ଠାରୁ ଭଡ଼ା ନେଉଥିଲେ । ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ଆସିଥିଲା । ଅଭିଯୋଗ ପରେ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି ।