ପୁରୀ: ପୁରୀ- କୋଣାର୍କ ରୋଡରେ ଅଭାବନୀୟ ଘଟଣା। ବାଲିଗୁଆଳି ଠାରେ କୋର୍ଟ ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ପୁରୀ ସଦର ଥାନା ଅଞ୍ଚଳର କୁନା ବେହେରା। ସେହିପରି ଗୁରୁତର ଆହତଙ୍କ ପରିଚୟ ସୁଜିତ୍ ସାହୁ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର କୁନାଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟ ଯୁବକ ବାଇକ୍ ଯୋଗେ କୌଣସି କାମରେ କୋଣାର୍କ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।