ଅନୁଗୁଳ: ରାତିରେ ଦଣ୍ଡନାଚ ଦେଖି ଖୁସିରେ ପରିବାର। ବାପା, ମାଆ, ଝିଅଙ୍କ ଖୁସି କହିଲେ ନସରେ। ହେଲେ କିଏ ଜାଣିଥିଲା, ବାଟରେ ଜୀବନ ଚାଲିଯିବ। ଘର ଆଉ ଟିକିଏ ଦୂର ଥାଏ। ହଠାତ୍ ଆକ୍ରମଣ କଲା ଦନ୍ତା। ମାଆ, ଝିଅଙ୍କୁ ଦଳିଦେଲା। ସେଇଠି ହିଁ ପ୍ରାଣବାୟୁ ଉଡିଗଲା। ଅନୁଗୁଳ ମଧୁପୁର ଗାଁରେ ହାତୀ ଆକ୍ରମଣରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି।

also read- ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ହାତୀ ଦଳି ଦେଇଥିଲା। ପୋକତୁଙ୍ଗା ଗାଁରେ ଦଣ୍ଡନାଚ ଚାଲୁଥିଲା। ସେଠାରୁ ଦେଖି ବାପା, ମା' ଓ ଝିଅ ଫେରୁଥିଲେ। ମଧୁପୁର ଆମ୍ବ ବଗିଚା ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଆକ୍ରମଣରୁ ବାପା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳକୁ ଯାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।