ଭୁବନେଶ୍ୱର ୩୦।୦୫ : ରାଜଧାନୀ ଭବନେଶ୍ବରରେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ। ସୀମା ଟପିଲା ରାସ୍ ଡ୍ରାଇଭିଙ୍ଗ। କାରକୁ ଘୋଷାଡ଼ି ନେଲା ଟ୍ରକ୍। ସତ୍ୟ ବିହାର ଛକରୁ ପାହାଳ ରାସ୍ତାକୁ ଘୋଷାଡ଼ି ନେଲା। ୫ଶହ ମିଟର ପର୍ଯ୍ୟନ୍ତ କାର କୁ ଘୋଷାଡ଼ି ନେଲା ଟ୍ରକ୍।

ତେବେ ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଦୁଇ ଜଣ। ସାମାନ୍ୟ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇନଥିଲା। ଲୋକେ ପାଟି କରିବାରୁ କାରକୁ ଘୋଷାଡ଼ି ନେଇଥିଲା । ତେବେ ବ୍ରିଜ୍ ଉପରେ ରହି ଯାଇଥିଲା କାର୍ , ଖସି ପଳାଇ ଥିଲା ଟ୍ରକ୍ । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚିଥିଲା। ଏହାପରେ ଟ୍ରକକୁ ଗୋଡ଼ାଇ ଧରିଥିଲା ମଞ୍ଚେଶ୍ଵର ଥାନା ପୋଲିସ। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚାଲିଛି।

Watch Video:-

​​​​​​​