ନୂଆଦିଲ୍ଲୀ ୧୫। ୦୮ : ପ୍ରତ୍ୟେକ ମଣିଷ ଜୀବନରେ ଭିନ୍ନ ଭିନ୍ନ ସମ୍ପର୍କ ନିଶ୍ଚୟ ରହିଥାଏ । କିନ୍ତୁ ବନ୍ଧୁତା ସବୁ ସମ୍ପର୍କଠାରୁ ଶ୍ରେଷ୍ଠ । ଅନେକ ସମୟରେ ଆମେ ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ଵେ ବି ବନ୍ଧୁତା ତୁଲାଇଥାଉ । କିନ୍ତୁ କୌଣସି ସମ୍ପର୍କ ଏକତରଫା ଚାଲି ନଥାଏ । କାରଣ ସମ୍ପର୍କକୁ ଦୀର୍ଘଦିନ ଚାଲିବା ପାଇଁ ଦୁଇ ହାତର ସମଷ୍ଟି ଆବଶ୍ୟକ । ଏହି ନିୟମ ସବୁ ସମ୍ପର୍କରେ ଲାଗୁ ହୋଇଥାଏ । ଏପରିକି ବନ୍ଧୁତାରେ ମଧ୍ୟ । ଯଦି ଆପଣଙ୍କ ବନ୍ଧୁ ସମ୍ପର୍କରେ ଭଲ ପାଇବା ବ୍ୟତୀତ ସପୋର୍ଟ ବଣ୍ଡିଂର ଅଭାବ ଦେଖାଦେଉଥାଏ, ତେବେ ଆଗେଇ ଚାଲିବାର କୌଣସି ଫାଇଦା ନାହିଁ।

ସବୁ ସମ୍ପର୍କର ମୂଳଦୂଆ ହେଉଛି ଭଲପାଇବା ଓ ବିଶ୍ୱାସ । ବନ୍ଧୁତା ସବୁ ବୟସର ଆବଶ୍ୟକତା । ଯେଉଁ କଥା ଆମେ ପରିବାର ସଦସ୍ୟଙ୍କ ସହ କରିପାରି ନଥାଉ, ସେସବୁକୁ ବନ୍ଧୁ ବା ବାନ୍ଧବୀଙ୍କ ଆଗରେ ପ୍ରକାଶ କରିଥାଉ । ସେଥିପାଇଁ ଜୀବନରେ ସାଙ୍ଗ ରହିବ ଖୁବ୍ ଜରୁରି । କାରଣ ସାଙ୍ଗ ହେଉଛି ଲାଇଫ୍ ସପୋର୍ଟ ସିଷ୍ଟମ୍ । କିନ୍ତୁ ଯଦି ବହୁ ସାଙ୍ଗ ଥିବା ସତ୍ତ୍ଵେ ସେମାନଙ୍କ ସହ କଥାବାର୍ତ୍ତ ପରେ ମଧ୍ୟ ଆପଣ ଭାରାକ୍ରାନ୍ତ ରହୁଥାନ୍ତି, ତେବେ ସାଙ୍ଗ ଥିବା ଅପେକ୍ଷା ନ ରହିବା ବରଂ ଭଲ । ଏଭଳି ସାଙ୍ଗଙ୍କଠାରୁ ଦୂରରେ ରହିବା ଯଥେଷ୍ଟ ଭଲ । ଚାଲନ୍ତୁ ଜାଣିବା ବିଷାକ୍ତ ବନ୍ଧୁତାର ଲକ୍ଷଣ।

ସାକ୍ଷାତ ସତ୍ତ୍ଵେ ଯଦି ଖୁସି ନ ଲାଗେ

ଯଦି ବନ୍ଧୁତାରେ ପରସ୍ପର ସହ ସମୟ ବିତାଇବା ପରେ ମଧ୍ୟ ଖୁସି ନ ଲାଗେ, ତେବେ ଏଭଳି ସମ୍ପର୍କଠାରୁ ଦୂରତା ବଢାଇ ନେବା ଭଲ । ସାଙ୍ଗ ସହ ମିଶିବା ପରେ ରାଗ ଲାଗିବା କିମ୍ବା ଆଙ୍ଗ୍ଜାଇଟି ଅନୁଭବ କରୁଥିଲେ । ସେହି ସମ୍ପର୍କରେ ରହିବାରେ କିଛି ଲାଭ ନଥାଏ ।

ଅଧିକ ସମ୍ବେଦନଶୀଳ ହୋଇଥିଲେ

ଯଦି ଆପଣଙ୍କର ଏପରି କେହି ସାଙ୍ଗ ରହିଥାନ୍ତି, ଯିଏ ଅନ୍ୟ ସହ କଥାବାର୍ତ୍ତା କରିବା ବା ବୁଲାବୁଲି କରିବାକୁ ସହ୍ୟ କରି ନ ପାରୁନାହାନ୍ତି । ପ୍ରତି ଥର ଝଗଡା କରୁଥାନ୍ତି, ତେବେ ଏଭଳି ସାଙ୍ଗଠାରୁ ଯଥା ଶୀଘ୍ର ଦୂରେଇ ଯିବା ଉଚିତ୍ । ନଚେତ୍ ଭୟର ସହ ଜୀବନ ବଞ୍ଚିବାକୁ ପଡିଥାଏ ।

ବିଶ୍ୱାସ ନ କରିପାରିଲେ

ବିଶ୍ୱାସ ସବୁ ସମ୍ପର୍କର ମୂଳଦୂଆ । ସବୁବେଳେ ଥଟାମଜା କରୁଥିବା ସାଙ୍ଗଙ୍କ ଭିତରେ ମଧ୍ୟ ଏହି ବିଶ୍ୱାସ ରହିବା ଦରକାର । ଯଦି କୌଣସି କାରଣରୁ ଆପଣ ନିଜ ସାଙ୍ଗ ଉପରେ ବିଶ୍ୱାସ କରି ପାରୁନାହାନ୍ତି, ତେବେ ସେ ସାଙ୍ଗର ଆବଶ୍ୟକତା ନାହିଁ ବୋଲି ବୁଝିଯିବା ଦରକାର ।

ବନ୍ଧୁତାକୁ ହାଲୁକାରେ ନିଅନ୍ତୁନି

ବିଭିନ୍ନ ସମ୍ପର୍କ ତୁଲାଇବା ସମୟରେ ଭିନ୍ନ ଭିନ୍ନ ଅପେକ୍ଷା ରହିଥାଏ । ବନ୍ଧୁତାରେ ମଧ୍ୟ ଏପରି କିଛି ହୋଇଥାଏ । ଦୀର୍ଘ ଦିନର ବନ୍ଧୁତା ପରେ କେବେ କେବେ ସେଥିରେ ମଧ୍ୟ ଫାଟ ଆସିଥାଏ । ଯେପରିକି ଆପଣ ନିଜ ସାଙ୍ଗର ସବୁ ସୁବିଧାଅସୁବିଧାରେ ଠିଆ ହୋଇଥାନ୍ତି, କିନ୍ତୁ ସେ ଏଭଳି କରି ନଥାଏ । ତେବେ ଏପରି ବନ୍ଧୁତା ଅଧିକ ସମୟ ଯାଏ ତିଷ୍ଠି ନଥାଏ । ତେଣୁ ପରସ୍ପରଠାରୁ ଦୂରେଇ ଯିବା ଉଚିତ୍।