ନୂଆଦିଲ୍ଲୀ, ୧୯ /୦୩: ମଧ୍ୟପ୍ରାଚ୍ୟ ଅସ୍ଥିର । ଚାଲିଛି ଭୟଙ୍କର ଯୁଦ୍ଧ । ଏହାର ପ୍ରଭାବ ପଡିଛି ଭାରତୀୟଗହଣାବଜାରରେ । ଯୁଦ୍ଧ ପାଇଁ ସୁନା ଏବଂ ରୁପାର ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । 

ରିପୋର୍ଟ ଅନୁସାରେ, ଗୁରୁବାର ସୁନା ଏବଂ ରୁପା ଦାମ୍ କମିଛି । ରୁପା୨୩୪୦ଟଙ୍କା ଶସ୍ତା ହୋଇଛି । ସେହିପରି ସୁନା୯୯୦ଟଙ୍କା କମିଥିବା ଦେଖିବାକୁ ମିଳିଛି ।

ଅର୍ଥାତ ଦର କମିବା ପରେ ରୁପା କେଜି ପିଛା ଲକ୍ଷ ୪୫ହଜାର ଟଙ୍କା ହୋଇଯାଇଛି । ସେହିପରି ୨୪କ୍ୟାରେଟର ୧୦ଗ୍ରାମ୍ ସୁନା ଲକ୍ଷେ ୫୨ହଜାର ଟଙ୍କାରେ ଟ୍ରେଣ୍ଡ୍ କରୁଛି ।

Also Read :- Diamond mines: ମନ୍ତ୍ରୀ କହିଲେ ଆଉ ଚିନ୍ତା ନାହିଁ, ରାଜ୍ୟରେ ଅଛି ପୁଳା ପୁଳା ହୀରା ଓ ମାଣିକ

ଏମସିଏକ୍ସରେ ଦାମ୍

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଗହଣା ବଜାର ଚାପରେ ରହିଥିବା ଦେଖିବାକୁ ମିଳିଛି । ଆମେରିକା ଡଲାର ଶକ୍ତିଶାଳୀ ହେବା ସହ ବିଶ୍ୱ ବଜାରରେ ଅନିଶ୍ଚିତତା କାରଣରୁ ଦାମ୍ କମୁଛି । ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନା .୫୭ ପ୍ରତିଶତ ଖସି ,୫୨,୧୫୦ ଟଙ୍କା ହୋଇଛି । ରୁପା ମଧ୍ୟ କେଜି ପିଛା .୨୧ପ୍ରତିଶତ ହ୍ରାସ ପାଇ ,୪୫,୧୯୭ ଟଙ୍କାକୁ ଖସି ଆସିଛି ।

ଅନ୍ତର୍ଜାତୀୟ ବଜାରରେ ଦାମ୍

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ରୁପାର ଦାମ୍ ଅହେତୁକ ହ୍ରାସ ପାଇଛି । ଆମେରିକାରେ ସୁନା .୨୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୮୩୬ ଡଲାର ହୋଇଯାଇଛି । ଅନ୍ୟ ଦିଗରେ ରୁପା .୨୫ ପ୍ରତିଶତ ହ୍ରାସ ପାଇଛି । ଯଦ୍ୱାରା ଦର ଆଉନ୍ସ ପିଛା ୭୫.୭୫ ଡଲାରରେ ପହଁଚିଛି ।

ମାର୍ଚ୍ଚ ମାସରୁ ଏବେସୁଦ୍ଧା ସୁନାର ଦାମ୍ ପ୍ରାୟ ୪ ପ୍ରତିଶତ କମିଲାଣି । ରୁପା ୧୬ ପ୍ରତିଶତ କମିଛି । ଫଳରେ ନିବେଶକମାନେ ମଧ୍ୟ ନିବେଶରୁ ମୁହଁ ଫେରାଉଛନ୍ତି ।