ଅଯୋଧ୍ୟା : କଥିତ ରାମ ମନ୍ଦିର ଦାନ ହଡପ ମାମଲାରେ ଅଯୋଧ୍ୟା ପୋଲିସ ମୁଖ୍ୟ ଅଭିଯୁକ୍ତ ରାମ ଶଙ୍କର ୟାଦବ ଓରଫ ଟିନ୍ନୁ ଯାଦବ ଓ ପୁତୁରା ମନିଷ ଯାଦବଙ୍କୁ ଲଗାତାର ୩୦ ଘଣ୍ଟା ପଚରା ଉଚରା ଶେଷ କରିଛି। ଏହି ପଚରା ଉଚରାରେ ତଦନ୍ତକାରୀ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଚିହ୍ନଟ କରିବା, କଥିତ ଷଡ଼ଯନ୍ତ୍ରର ପୁନଃ ସଂରଚନା,ଧନ ପ୍ରବାହର ସନ୍ଧାନ ନେବା ସହ ସନ୍ଦିଗ୍ଧ ଚୋରି ରାଶିରେ କରାଯାଇଥିବା ନିବେଶ ଉପରୁ ପର୍ଦ୍ଦା ହଟାଇବାରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ଏହି ପଚରା ଉଚରା ଆଧାରରେ ସେମାନଙ୍କଠାରୁ ୨ଟି ବାହନ ଜବତ ହୋଇଛି।

ସେମାନଙ୍କ ୩୯ ଘଣ୍ଟାର ପୋଲିସ ରିମାଣ୍ଡ ପୁରା ହେବା ପରେ ସେମାନଙ୍କୁ ରାତାରାତ ବିଚାରବିଭାଗୀୟ ହାଜତ ଫୈଜୈବାଦକୁ ପଠାଇ ଦିଆଯାଇଛି। ତଦନ୍ତସହ ସମ୍ପର୍କିତ ଲୋକଙ୍କ ଅନୁସାରେ ପଚରାଉଚରାର ଉଦ୍ଦେଶ୍ୟ କେବଳ ଚୋରି ଧନରାଶିର ଜବତ କରିବା ନଥିଲା ବରଂ ପୁରା ଷଡ଼ଯନ୍ତ୍ରର ଖଣ୍ଡିତ ଅଂଶକୁ ଯୋଡିବାର ଥିଲା। ମନ୍ଦିର ଦାନ ସଂଗ୍ରହ ପ୍ରଣାଳୀରେ ନିଜର ପ୍ରମୁଖ ଭୂମିକା କାରଣରୁ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମନେ କରାଯାଉଥିବା ଟିନ୍ନୁ ଯାଦବକୁ ଚୋରିର କଥିତ ଯୋଜନା, ଚୋରିରେ ପ୍ରତ୍ୟେକ ସହ ଅଭିଯୁକ୍ତର ଭୂମିକା, ଗିରଫ ୮ ଜଣଙ୍କ ବ୍ୟତୀତ କଥିତ ଗବନରେ ଅନ୍ୟ ଲୋକଙ୍କ ସହାୟତା ଓ ସେମାନଙ୍କୁ ଦିଆଯାଇଥିବା ଲାଭ ଆଦି ସମ୍ପର୍କରେ ବିସ୍ତିର୍ଣ୍ଣ ପଚରା ଉଚରା କରାଯାଇଛି।

ପୋଲିସ ସେମାନଙ୍କୁ କଥିତ ଚୋରିର ପୁନରାବୃତ୍ତି, ଦାନ ରାଶିର ଗଣନା କାଳରେ ନଗଦ ବାହାର କରିବାର ଆପଣାଉଥିବା ପ୍ରକ୍ରିୟା ଓ ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ସଙ୍ଗଠିତ ଉପାୟରେ କିପରି ଚଳାଇ ରଖିଥିଲେ ସେ ନେଇ ମଧ୍ୟ ପଚରାଉଚରା ହୋଇଛି। ତଦନ୍ତକାରୀମାନେ ଭକ୍ତଙ୍କ ଦାନରୁ ହଡପ କରାଯାଇଥିବା ଧନକୁ କିପରି ଉପଯୋଗ କରୁଥିଲା ସେ ସମ୍ପର୍କରେ ମଧ୍ୟ ପଚରା ଉଚରା କରାଯାଇଛି। ସେଥିରୁ ସମ୍ପତ୍ତି, ଉଚ୍ଚ ସୁଧହାରରେ ଋଣ ଦାନ, ଅନ୍ୟ ନେଣଦେଣ ଓ କରାଯାଇଥିବା ନିବେଶ ସମ୍ପର୍କରେ ସେମାନଙ୍କୁ ସ୍ପଷ୍ଟିକରଣ ଦେବାକୁ କୁହାଯାଇଥିଲା। ସେହି ବ୍ୟକ୍ତିମାନଙ୍କ ନାମ ଜଣାଇବାକୁ କୁହାଯାଇଥିଲା ଯେଉଁମାନଙ୍କ ନାମରେ ଧନ ଅଥବା ସମ୍ପତ୍ତି ଠୁଳ କରିଛନ୍ତି।

ତଦନ୍ତକାରୀମାନେ ଦୁଇ ଅଭିଯୁକ୍ତଙ୍କ କଗଜପତ୍ର ସାକ୍ଷ, ବ୍ୟାଙ୍କ ନେଣଦେଣ ରେକର୍ଡ, ହାଜତରେ ଅନ୍ୟ ୬ ଅଭିଯୁକ୍ତଙ୍କଠାରୁ ପଚରାଉଚରାରେ ମିଳିଥିବା ତଥ୍ୟ ସହ ମେଳ କରିଛନ୍ତି। ପଚରାଉଚରାରେ ବିରୋଧାଭାଷର ସମାଧାନ, ସମୂହ ମଧ୍ୟରେ ନେତୃତ୍ୱ ସଂରଚନାକୁ ଚିହ୍ନଟ କରିବା ସହ ଏହା ସ୍ଥାପିତ କରିବା ଉପରେ କେନ୍ଦ୍ରିତ ଥିଲା ଯେ ସନ୍ଦିଗ୍ଧ ଚୋରି ଉପରେ କାହାର ପରିଚାଳନା ନିୟନ୍ତ୍ରଣ ଥିଲା। ସୂତ୍ର ଅନୁସାରେ ଯାଞ୍ଚକର୍ତ୍ତା ବ୍ୟାଙ୍କ ଆକାଉଣ୍ଟ, ନିବେଶ ରେକର୍ଡ, ଚଳ ଓ ଅଚଳ ସମ୍ପତ୍ତି ଏବଂ ଅନୌପଚାରିକ ଆର୍ଥିକ ନେଣଦେଣର ବିଶ୍ଲେଷଣ କରି ପ୍ରତି ଅଭିଯୁକ୍ତର ବିସ୍ତୃତ ଆର୍ଥିକ ବିବରଣୀ ପ୍ରସ୍ତୁତ କରୁଛନ୍ତି।

ପଚରା ଉଚରାରେ ଏ କଥାର ମଧ୍ୟ ଅନୁଧ୍ୟାନ କରାଯାଇଛି ଯେ ସେମାନେ ସନ୍ଦିଗ୍ଧ ଆୟରୁ ଉଚ୍ଚ ସୁଧହାରରେ ଋଣ ଦେଉଥିଲେ କି?ସେହିପରି ଅନ୍ୟ ଅଂଶ ସମ୍ପତ୍ତି ଓ ଅନ୍ୟ ଆର୍ଥିକ ସାଧନରେ ନିବେଶ କରୁଥିଲେ କି?ପୋଲିସ ତଲାସରେ ମିଳିଥିବା ଆର୍ଥିକ ଡକ୍ୟୁମେଣ୍ଟ, ବ୍ୟାଙ୍କ ତଥା ଅନ୍ୟ ଏଜେନ୍ସୀରୁ ପ୍ରାପ୍ତ ସୂଚନାର ତଦନ୍ତ କରି ଦାବି ପୁଷ୍ଟି କରୁଛି। ଟିନ୍ନୁ ଓ ମନିଷଙ୍କ ପଚରାଉଚରା ସହ ହାଜତରେ ଥିବା ସବୁ ଅଭିଯୁକ୍ତଙ୍କ ପଚରା ଉଚରା ଶେଷ ହୋଇଛି। ଏବେ ତଦନ୍ତକର୍ତ୍ତା ସେମାନଙ୍କ ବୟାନର ଫରେନସିକ୍ ସାକ୍ଷ୍ୟ, ସିସିଟିଭି ଫୁଟେଜ, ଆର୍ଥିକ ରେକର୍ଡ, ଡକ୍ୟୁମେଣ୍ଟ ଆଦି ମିଳାଇବେ। ଯାହାଦ୍ୱାରା କଥିତ ଷଡଯନ୍ତ୍ରକୁ ସାବ୍ୟସ୍ତ କରାଯାଇ ପାରିବ, ବାକି ଧନରାଶି ଜବତ କରିବା ଓ ଏଥିରୁ କୌଣସି ଅତିରିକ୍ତ ଲାଭାର୍ଥୀକୁ ଚିହ୍ନଟ କରାଯାଇ ପାରିବ।