କଣାସ ୨୬।୧୦ : କଣାସରେ ବିଦେଶୀ ପକ୍ଷୀ । ଚିଲିକା ସଂଲଗ୍ନ ପୁରୀ ଜିଲ୍ଲା କଣାସ ଅଞ୍ଚଳକୁ ହଜାର ହଜାର ସଂଖ୍ୟାରେ ବିଦେଶୀ ପ୍ରବାସୀ ପକ୍ଷୀଙ୍କ ଆଗମନ ହୋଇଛି। ଅତିଥି ପକ୍ଷୀମାନଙ୍କ ଶବ୍ଦରେ ସମଗ୍ର ଅଞ୍ଚଳ ମୁଖରିତ ହେଉଛି । ଏଭଳି ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋଳାହଳର ମାହୋଲ ସୃଷ୍ଟି ହୋଇଛି । ଲୋକେ ବିଦେଶୀ ପକ୍ଷୀକୁ ଦେଖିବାକୁ ଭିଡ଼ ଜମାଉଛନ୍ତି ।

ସେପଟେ ସ୍ଥାନୀୟ ଅଞ୍ଚଳରେ ପକ୍ଷୀ ଶିକାରୀ ଦଳ ସକ୍ରିୟ ହୋଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କୌଣସି ଦୃଢ଼ ପଦକ୍ଷେପ ନେଉ ନଥିବାରୁ ସ୍ଥାନୀୟ ପରିବେଶ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥାରେ ଶିଥିଳତା ଯୋଗୁଁ ଶିକାରୀମାନେ ଭୟଶୂନ୍ୟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏପିରିକି ଅନେକ ଦୁର୍ବୃତ୍ତମାନେ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରୁଛନ୍ତି । ପରେ ଏହାକୁ ଚଢା ଦାମରେ ବିକ୍ରି କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । 

Watch Video:-