ଭୁବନେଶ୍ବର ୩୦।୧୦: ଆଜି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି । ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ । ୨୪ତମ କିସ୍ତିରେ ଓଡ଼ିଶାର ଚାଷୀଙ୍କୁ ମିଳିବ ୭୦୦ କୋଟିରୁ ଅଧିକ ଟଙ୍କା । ଗୁଜରାଟର ବନାସକାଣ୍ଠା ଠାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ । ଏଥିସହ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ପୂର୍ବାହ୍ନରେ ଭୁବନେଶ୍ବର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ୍ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ହସ୍ତାନ୍ତର କରାଯିବ।

ଏହି ଅବସରରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ଡିବିଟି ମାଧ୍ୟମରେ ପିଏମ୍ କିଷାନ ଯୋଜନାରେ ୨୦୦୦ ହାଜର ଟଙ୍କା ଲେଖାଏଁ ମିଳିଛି । ଏଥିରେ ଭୂମିଦାରୀ, କ୍ଷୁଦ୍ର, ବୃହତ ଓ ସହରାଞ୍ଚଳର ଦୁର୍ବଳ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଛି । ପିଏମ୍ କିଷାନ ଯୋଜନାରେ ସାମିଲ ହେବା ପାଇଁ ଏଗ୍ରିଷ୍ଟାକ ପୋର୍ଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ । ଯେଉଁମାନେ ସିଏମ୍ କିଷାନ ପାଉଛନ୍ତି ସେମାନେ ପିଏମ୍ କିଷାନ ମଧ୍ୟ ପାଆନ୍ତୁ । ତେଣୁ ସେମାନେ ଆବଶ୍ୟକ ଦସ୍ତାବିଜ ଦେଇ ଏହାର ଲାଭ ଉଠାନ୍ତୁ । ସମସ୍ତ ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଭାବରେ ଅଭିହିତ କରିଛନ୍ତି ।

Also Read:- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପିଏମ୍ ଓ ସିଏମ୍ କୃଷି ଯୋଜନାରେ ଆମ ଚାଷୀମାନେ ୧୦ ହଜାର ଟଙ୍କା ପାଉଛନ୍ତି । ଯାହାକି ସବୁ ରାଜ୍ୟର ଚାଷୀ ପାଉନାହାନ୍ତି । କୃଷି କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଚାଷୀଙ୍କୁ ଆମେ ଖୋଜି ଖୋଜି ଏଥିରେ ସାମିଲ କରୁଛୁ । ଚଳିତ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଯାହାକି ଗତ ବର୍ଷ ଅପେକ୍ଷା ଢେର ଅଧିକ । ଚାଷ ଅଛି ଯାହାର କେଡେ ଆନନ୍ଦ ତାହାର । ଆମ ସରକାର ସମୟରେ ଏହା ସତ ହେଉଛି । ପୂର୍ବରୁ କେବଳ ଲୋକ ଜୀବନ ବଞ୍ଚାଇବା ପାଇଁ ଚାଷ କରୁଥିଲେ । ପୂର୍ବ ସରକାର ସମୟରେ ଚାଷୀଙ୍କ ଆୟ ମାତ୍ର ୫ ହଜାର ଟଙ୍କା ରହିଥିଲା । ଯାହା କି ବର୍ତ୍ତମାନ ବଢିଛି । ୬ ଲକ୍ଷ ୮୭ କ୍ବିଣ୍ଟାଲ ମାଣ୍ଡିଆ ଗତ ବର୍ଷ ସଂଗ୍ରହ କରାଯାଇଛି ।

Watch Video: