ଆନନ୍ଦପୁର ୨୫।୯: ମନ୍ଦିରରୁ ହୋଇଥିଲା ଚୋରି । ସିସିଟିଭି ଦେଖି ଚୋରକୁ ଚିହ୍ନଟ କଲେ ଗାଁ ଲୋକେ । ଚୋର ଘରକୁ ଘେରାଉ କରି କାବୁକଲେ ପୋଲିସର ଜିମା ଦେଲେ । ଘଷିପୁରା ଥାନା ଶାଳପଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡା ହନୁମାନ ମନ୍ଦିରରୁ ହୋଇଥିଲା ଚୋରି । ମନ୍ଦିର ଭିତରେ ପଶି ଠାକୁରଙ୍କ ରୁପା ମୁକୁଟ ଓ ୨ଟି ଚେନ୍ ଚୋରି କରିଥିଲେ ଚୋର । ଗାଁ ଲୋକେ ଜାଣିବା ପରେ ମନ୍ଦିର ସିସିଟିଭି ଦେଖି ଚୋରକୁ ଚିହ୍ନଟ କରିଥିଲେ । ଏହାପରେ ନିକଟସ୍ଥ ଖଡିବିଲି ଗାଁରେ ଚୋର ଘରକୁ ଘେରାଉ କରି ଚୋରକୁ ଧରିଥିଲେ ।

Also Read:- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସୁନାବେଶ ଠାରୁ ଗୁଣ୍ଡିଚା ମନ୍ଦିର, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଚୋର ନିକଟରୁ ଚୋରି ମୁକୁଟ ଜବତ ହୋଇଥିବା ବେଳେ ଗୋଟିଏ ଚେନ୍କୁ ଶାଳପଡା ଛକ ଠାରେ ଥିବା ଏକ ଜୁଏଲାରୀ ଦୋକନରେ ବିକିଥିବା ଚୋର ସ୍ବୀକାର କରିଥିଲା । ଚୋରି ସାମଗ୍ରୀ ଜବତ କରିବା ପରେ ଗାଁ ଲୋକେ ତାକୁ ପୋଲିସ ଜିମା ଦେଇଛନ୍ତି ।

Watch Video: