ମେଷ- ଘାତ ବାର ଥିବାରୁ ଅନାବଶ୍ୟକ ଯାତ୍ରା ବନ୍ଦ କରନ୍ତୁ। କର୍ମକ୍ଷେତ୍ରରେ ଚାପ ବଢ଼ିପାରେ। ଘରେ ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦ୍ୱିପହର ପରେ କାର୍ଯ୍ୟରେ ବାଧା ଆସିପାରେ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହେବ। ସନ୍ଧ୍ୟାରେ ମନ ଶାନ୍ତ ରହିବ।

ବୃଷ- ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ଛୋଟ ଲାଭ ମିଳିପାରେ। ପରିବାରରେ ସୁସମ୍ପର୍କ ବଜାୟ ରହିବ। ନୂଆ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ଦ୍ୱିପହର ପରେ ବ୍ୟସ୍ତତା ବଢ଼ିବ। ବ୍ୟବସାୟରେ ଗ୍ରାହକ ବୃଦ୍ଧି ହେବ। ଶୁଭ ଖବର ପାଇ ଆନନ୍ଦିତ ହେବେ। ଅତି ଆତ୍ମବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ- ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ। ଚାକିରିରେ ପ୍ରଶଂସା ମିଳିପାରେ। ଘରେ ଛୋଟ ମତାନ୍ତର ଦେଖାଦେବ। ବ୍ୟବସାୟରେ ଧୈର୍ଯ୍ୟ ରଖନ୍ତୁ। ପୁରୁଣା ଦେୟ ଆଦାୟର ସୁଯୋଗ ଅଛି। ଦ୍ୱିପହରରେ ଧାଁଦୌଡ଼ ବଢ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଅନୁକୂଳ। ସନ୍ଧ୍ୟାରେ ପରିବାର ସହ ସମୟ କଟିବ।

କର୍କଟ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ପରିଶ୍ରମ ଅନୁସାରେ ଫଳ ମିଳିବ। ପରିବାରରେ ଶୁଭ ଆଲୋଚନା ହୋଇପାରେ। ଅନାବଶ୍ୟକ କ୍ରୋଧ କ୍ଷତି କରିବ। ଆୟ ସ୍ଥିର ରହିବ। ଦ୍ୱିପହର ପରେ ମାନସିକ ଚିନ୍ତା କମିବ। ସମ୍ପତ୍ତି କାର୍ଯ୍ୟରେ ଅଗ୍ରଗତି ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ସିଂହ- ଦିନଟି କିଛି କଠିନ ରହିପାରେ। କାର୍ଯ୍ୟରେ ବିଳମ୍ବ ଓ ବାଧା ଆସିବ। ଅନାବଶ୍ୟକ ବ୍ୟୟ ବଢ଼ିପାରେ। ପରିବାରର ସହଯୋଗ ମନୋବଳ ଦେବ। ଦ୍ୱିପହରରେ ଯାତ୍ରା ସ୍ଥଗିତ ରଖିବା ଭଲ। ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ।

କନ୍ୟା- ଶିକ୍ଷା ଓ ପ୍ରତିଯୋଗିତାରେ ଉନ୍ନତି ହେବ। ନୂଆ ଯୋଜନା ଆରମ୍ଭ ପାଇଁ ସମୟ ଭଲ। ଘରେ ଆନନ୍ଦର ପରିବେଶ ରହିବ। ବ୍ୟବସାୟରେ ଲାଭର ସମ୍ଭାବନା। ଦୂରସ୍ଥ ବ୍ୟକ୍ତିଙ୍କ ଖବର ମିଳିବ। ଦ୍ୱିପହରରେ ଶୁଭ ସାକ୍ଷାତ ହେବ। ନୂତନ ଆୟର ପଥ ଖୋଲିବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା- ଦିନଟି ମିଶ୍ର ଫଳ ଦେବ। କର୍ମକ୍ଷେତ୍ରରେ ସୁଯୋଗ ମିଳିବ କିନ୍ତୁ ବିଳମ୍ବ ହେବ। ପରିବାରରେ ମତାନ୍ତର ଶୀଘ୍ର ସମାଧାନ ହେବ। ଅର୍ଥ ପ୍ରାପ୍ତି ସହ ଖର୍ଚ୍ଚ ମଧ୍ୟ ବଢ଼ିବ। ଯାତ୍ରାରେ ସାବଧାନ ରୁହନ୍ତୁ। ଦ୍ୱିପହରରେ କାର୍ଯ୍ୟଭାର ବଢ଼ିବ। ଦାମ୍ପତ୍ୟରେ ବୁଝାମଣା ରହିବ। ସନ୍ଧ୍ୟା ଶାନ୍ତିପୂର୍ଣ୍ଣ ରହିବ।

ବିଛା- ମିଶ୍ର ଦିନ ରହିବ। ପୁରୁଣା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ମିଳିବ। ଘରେ ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି କରନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ଦ୍ୱିପହରରେ ଛୋଟ ବାଧା ଆସିପାରେ। ପ୍ରଶଂସା ସହ ସମାଲୋଚନା ମଧ୍ୟ ଶୁଣିବେ। ସନ୍ଧ୍ୟାରେ ମନୋବଳ ବଢ଼ିବ।

ଧନୁ- ଘାତ ଚନ୍ଦ୍ର ଥିବାରୁ ଧୈର୍ଯ୍ୟ ରଖନ୍ତୁ। ମନ ଅସ୍ଥିର ରହିପାରେ। ବ୍ୟବସାୟରେ ଛୋଟ ବାଧା ଆସିବ। ପରିବାରର ସହଯୋଗରେ ସମସ୍ୟା କମିବ। ଅନାବଶ୍ୟକ ତର୍କ ବନ୍ଦ କରନ୍ତୁ। ଦ୍ୱିପହରରେ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

ମକର- କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ଅଛି। ଆୟ ବୃଦ୍ଧିର ନୂଆ ପଥ ଖୋଲିବ। ପରିବାରରେ ସୁଖଦ ପରିବେଶ ରହିବ। ଜମି କିମ୍ବା ସମ୍ପତ୍ତି କାର୍ଯ୍ୟରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ଦ୍ୱିପହରରେ ଅଟକିଥିବା କାମ ସଫଳ ହେବ। ପଦୋନ୍ନତିର ଆଲୋଚନା ହୋଇପାରେ। ସ୍ୱାସ୍ଥ୍ୟ ଅନୁକୂଳ ରହିବ।

କୁମ୍ଭ- ନୂଆ ଦାୟିତ୍ୱ ମିଳିପାରେ। ପରିଶ୍ରମର ଭଲ ଫଳ ପାଇବେ। ଘରେ ବୟସ୍କଙ୍କ ଆଶୀର୍ବାଦ ଲାଭ ହେବ। ଖର୍ଚ୍ଚ ଓ ସଞ୍ଚୟରେ ସନ୍ତୁଳନ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଭଲ। ଦ୍ୱିପହରରେ ମାନସିକ ଉତ୍ସାହ ବଢ଼ିବ। ନୂତନ ସ୍ଥାନରୁ ଲାଭ ମିଳିପାରେ। ଯାତ୍ରା ଶୁଭ ରହିବ।

ମୀନ- ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ମାନସିକ ଶାନ୍ତି ଓ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ଭଲ ସୁଯୋଗ ଆସିବ। ପରିବାର ସହ ସମୟ କଟିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଦ୍ୱିପହରରେ ଅର୍ଥ ପ୍ରାପ୍ତିର ଯୋଗ ଅଛି। ଗୁରୁଜନଙ୍କ ଆଶୀର୍ବାଦ ଲାଭ ହେବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682