ପୁରୀ ୧୫।୧୦: ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ ନେତପିଲା। ଉତ୍ତମ ବର ପାଇଁ ସେବାୟତ କୂଳର କୁମାରୀ ଝିଅ ମାନେ ମାର୍କଣ୍ଡ ପୁଷ୍କରିଣୀରେ ପୂଜାର୍ଚ୍ଚନା କରିଥାନ୍ତି । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ଏହି କୁମାରୀ କନ୍ୟାମାନେ ବଳୀ ପୂଜା କରିଥାନ୍ତି । ଏହି ୨୧ଦିନର ଶେଷ ଚାରିଦିନ ପାରମ୍ପରିକ ବେଶ ସହିତ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ। ଏହି ପାରମ୍ପରିକ ବେଶରେ ମାର୍କଣ୍ଡ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୂଳରେ ନିଷ୍ଠାର ସହିତ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା କରିଥାନ୍ତି।

ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। କୁମାରୀ କନ୍ୟାମାନେ ପାରମ୍ପରିକ ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଉତ୍ସବ ମୁଖରିତ ହୋଇଥାଏ।

Also Read:- ଚମାଖଣ୍ଡି ସିରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ସାମ୍ନାକୁ ଆସିଲା CCTV ଭିଜୁଆଲ୍

ସୁନା ଅଳଙ୍କାରରେ ସୁସଜ୍ଜିତ ହୋଇ ଏହି ନେତପିଲା ମାନେ ଆଗେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିବା ବେଳେ ଗତ କିଛି ବର୍ଷ ହେଲା ଧିରେ ଧିରେ ଫିକା ପଡ଼ିବାରେ ଲାଗିଛି। ଏବେ ଏହି ପାରମ୍ପରିକ ସଂସ୍କୃତି ବିଲୁପ୍ତ ହେବାରେ ଲାଗିଛି।

Watch Video: