କଟକ ୬।୧୨: ବାରବାଟୀ ଟି-୨୦ ମୁକାବିଲା ପୂର୍ବରୁ ନେଟ୍ ପ୍ରାକ୍ଟିସ୍ ପାଇଁ ପଡ଼ିଆକୁ ଓହ୍ଲାଇବେ ଉଭୟ ଦେଶର ଖେଳାଳି । ତା ପୂର୍ବରୁ ପ୍ରାକ୍ଟିସ୍ ପିଚ୍ ପ୍ରସ୍ତୁତ ହୋଇସାରିଲାଣି । ଏହା ବ୍ୟତୀତ ବାରବାଟୀର ମୁଖ୍ୟ ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପିଚ୍ ସୁରକ୍ଷା ଲାଗି ୨୪ ଘଣ୍ଟିଆ ପହରା ଦେଉଛି ପୋଲିସ । ମୁଖ୍ୟ କ୍ୟୁରେଟରଙ୍କ ଉପସ୍ଥିତିରେ ଚାଲିଛି ପ୍ରସ୍ତୁତି ପର୍ବ ।

​​​​​​​

ସେପଟେ, ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଶୁକ୍ରବାର ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ସରିଥିଲା । ମୋଟ୍‌ କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ୧୦ ହଜାର ୧୦ଟି ଟିକେଟ ବିକ୍ରି ହୋଇଥିଲା । ଅନେକ କ୍ରିକେଟ୍ ପ୍ରେମୀ ଟିକେଟ୍ ପାଇଁ ଅପେକ୍ଷା କରି କରି ନିରାଶ ହୋଇ ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଗୁରୁବାର ଠାରୁ ହଜାର ହଜାର ଦର୍ଶକ ଟିକେଟ୍ କାଟିବା ପାଇଁ ବାରବାଟୀ ଷ୍ଟାଡିୟମ ନିକଟର ପହଞ୍ଚିଥିଲେ । ସକାଳ ୧୦ ଠାରୁ ଆରମ୍ଭ ହୋଇଥିବା ଟିକେଟ୍ ବିକ୍ରି ରାତି ୬ଟା ୩୦ରେ ଶେଷ ହୋଇଥିଲା । ମୋଟ୍ ଅଫ୍ ଲାଇନ୍ ମୋଡ଼ରେ ୫ଟି କାଉଣ୍ଟରରେ ବିକ୍ରି କରାଯାଇଥିଲା । ଟିକେଟ୍ ବିକ୍ରି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମ୍ୟାଟ୍ ଓ ପ୍ରାକ୍ଟିସ୍ ପାଇଁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଟିକେଟ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଥିଲେ ।

ମୋଟ୍ କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ୧୦ ହଜାର ୧୦ଟି ଟିକେଟ ବିକ୍ରି ହୋଇଥିଲା । ଚଳିତ ବର୍ଷ ସଂପୂର୍ଣ୍ଣ ଭାବେ ସୁରୁଖୁରୁରେ ଟିକେଟ୍ ବିକ୍ରି ହୋଇଛି ବୋଲି ଓସିଏସିଇଓ ସୁବ୍ରତ ବେହେରା କହିଥିଲେ । ଯେଉଁମାନେ ଟିକେଟ୍ ପାଇଥିଲେ ସେମାନେ ବହୁତ ମନ ଖୁସି କରି ଘରକୁ ଫେରିଥିଲେ । ଯେଉଁମାନେ ଟିକେଟ୍ ପାଇ ନଥିଲେ ସେମାନେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ହୋଇଥିବା ଅବ୍ୟବସ୍ଥା ଯୋଗୁ ଦୂରଦୂରାନ୍ତରୁ ଆସି ଅନେକ ଲୋକେ ଅପେକ୍ଷା କରି ମଧ୍ୟ ଟିକେଟ୍ ନନେଇ ଫେରିଥିଲେ । ଏତେ କମ୍ ସଂଖ୍ୟକ ଟିକେଟ ବିକ୍ରିକୁ ନେଇ  ଓସିଏ ଉପରେ ବର୍ଷିଥିଲେଲେ ନିରାଶ ହୋଇଥିବା ଟିକେଟ୍ ପ୍ରେମୀ ।