ଭୁବନେଶ୍ବର ୨୩।୫: ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ (OPTCL) କଡ଼ା ପଦକ୍ଷେପ ଗ୍ରହଣ କରିଛି । ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍‌କ୍ଷଣାତ ବାତିଲ କରାଯାଇଛି ।

​​​​​​​Also Read:- ଛୁଟି ଦିନରେ ଅଫିସ୍‌ରେ କାମ କଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କଲେ ଆଲୋଚନା

OPTCLର ମାନବ ସମ୍ପଦ ବିଭାଗ (HRD) ପକ୍ଷରୁ ମେ’ ୨୩ ତାରିଖରେ ଏହି ସର୍କୁଲାର ଜାରି କରାଯାଇଛି । ଚିଫ୍‌ ଜେନେରାଲ୍‌ ମ୍ୟାନେଜର (HRD)ଙ୍କ ଅନୁମୋଦନରେ ଜାରି ଆଦେଶରେ କୁହାଯାଇଛି ଯେ, ରାଜ୍ୟରେ ଅତ୍ୟଧିକ ବିଦ୍ୟୁତ ଚାହିଦା ଯୋଗୁଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟୁତ ସରବରାହକୁ ନିରବିଚ୍ଛିନ୍ନ ରଖିବା ଏବଂ ସମସ୍ତ ଅପରେସନାଲ୍‌ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।