ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ତାତିର କର୍ଫ୍ୟୁ । ଆଜି ବି ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା । ୪୪.୬ ସହ ସବୁଠୁ ଉତ୍ତପ୍ତ ସହର ପାଲିଟିଛି ଝାରସୁଗୁଡ଼ା । ସେହିପରି ୪୨.୮ ସହ ସମ୍ୱଲପୁର ପାଲଟିଛି ଦ୍ୱିତୀୟ ଉତ୍ତପ୍ତ ସହର । ଆସନ୍ତା ଦୁଇ ସପ୍ତାହ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବନି ତ୍ରାହି । ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଝାରସୁଗୁଡାରେ ୪୪.୬ °C, ସମ୍ୱଲପୁରରେ ୪୨.୮ °C, ହୀରାକୁଦରେ ୪୨.୨ °C, ରାଉରକେଲାରେ ରାଉରକେଲାରେ ୪୨.୨°C ରେକର୍ଡ ହୋଇଛି । ସେହିଭଳି ଭୁବନେଶ୍ବରରେ ୩୯.୨°C ଓ କେନ୍ଦୁଝରରେ ୩୮.୬ °C ରେକର୍ଡ ହୋଇଛି ।ଆଜି ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର । ୧୭ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

​​​​​​​

ଏଥିସହ ୬ ଜିଲ୍ଲାକୁ ଝଡ଼ବର୍ଷା ପାଇଁ ମଧ୍ୟ ଆଲର୍ଟ ଜାରି ହୋଇଛି।ଗତକାଲି ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଝାରସୁଗୁଡ଼ା ଓ ତାଳଚେର। ଏହି ଦୁଇ ସହରରେ ସର୍ବାଧିକ ୪୪ ଡ଼ିଗ୍ରୀ ଛୁଇଁଥିଲା ତାତି। ୨୪ ସହରର ତାତି ୪୦ ଉପରେ ଥିଲା। ଆସନ୍ତା ୨୬ ତାରିଖରୁ ଝଡ଼ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ।