ତେହେରାନ : ଇରାନ ରାଜଧାନୀ ତେହରାନରେ ୧୦ କିଲୋମିଟର ମାରାଥନ ରେସ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେଠାରୁ ଆସିଛି ଏମିତି ଏକ ଦୃଶ୍ୟ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ଖୁବ ଭାଇରଲ ହେଉଛି । ‘ତେହରାନ ୧୦କେ’ ରେସ୍ରେ ଅନେକ ମହିଳା ବିନା ହିଜାବରେ ଦୌଡ଼ୁଥିବା ଭିଡିଓ ସାମ୍ନାକୁ ଆସିଛି। ଇରାନରେ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଏବେ ବି ଆଇନଗତ ଭାବେ ବାଧ୍ୟତାମୂଳକ । କିନ୍ତୁ ଏହି ପରିସ୍ଥିତିରେ ତେହରାନରେ ଏପରି ଦୃଶ୍ୟ ଅନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଛି।

ଭାଇରଲ ଭିଡିଓରେ ୧୦ କିଲୋମିଟର ରୋଡ୍ ରେସ୍ରେ ଶତାଧିକ ମହିଳା ବିନା ହିଜାବରେ ଦୌଡୁଥିବା ଦେଖିବାକୁ ମିଳିଛି। ଇରାନରେ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଏବେ ବି ଆଇନଗତ ଭାବେ ବାଧ୍ୟତାମୂଳକ ଥିବାରୁ, ଏହି ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେହରାନର ଭେଲାୟତ ପାର୍କ ରାସ୍ତାରେ ଦୌଡ଼ୁଥିଲେ ଶତାଧିକ ମହିଳା ପ୍ରତିଯୋଗୀ। କିନ୍ତୁ ଏହି ରେସ୍ର ଦୃଶ୍ୟ ସାଧାରଣ ନଥିଲା। କାରଣ ଅନେକ ମହିଳା ବିନା ହିଜାବରେ ଦୌଡ଼ୁଥିବା ଦେଖାଯାଇଥିଲା। ଏହାର ଭିଡିଓ ଏବେ ଭାଇରାଲ୍ ହେବା ପରେ ଏହା ବିଶ୍ୱସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଶୁକ୍ରବାର,୧୮ ସେପ୍ଟେମ୍ବରରେ ଆୟୋଜିତ ହୋଇଥିଲା ‘ତେହରାନ ୧୦ କେ’ ଦୌଡ ପ୍ରତିଯୋଗିତା । ଭେଲାୟତ ପାର୍କରେ ହୋଇଥିବା ଏହି ୧୦ କିଲୋମିଟର ରେସ୍ରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ରେସ୍ ରଖାଯାଇଥିଲା। ମହିଳାଙ୍କ ରେସ୍ରେ ଦୁଇଟି ଲାପ୍ରେ ୧୦ କିଲୋମିଟର ଦୂରତା ପୂରଣ କରିବାକୁ ଥିଲା। ଇରାନରେ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ହିଜାବ ପିନ୍ଧିବା ନିୟମ ବହୁତ କଡ଼ାକଡ଼ି ଥାଏ । କିନ୍ତୁ ତଥାପି ଏହି ରେସ୍ରେ ଅଧିକାଂଶ ମହିଳା ଖୋଲା କେଶରେ ଦୌଡ଼ିଥିଲେ। ଆନ୍ତର୍ଜାତୀୟ ମିଡିଆ ଏହି ଘଟଣାକୁ ୨୦୨୨ର ‘ୱିମେନ୍, ଲାଇଫ୍, ଫ୍ରିଡମ୍’ ଆନ୍ଦୋଳନ ପରେ ମହିଳାଙ୍କ ସାର୍ବଜନୀନ ପ୍ରତିରୋଧର ଆଉ ଏକ ଦୃଶ୍ୟ ଭାବେ ଉଲ୍ଲେଖ କରିଛି।

ଏହି ଘଟଣାର ଆଉ ଏକ ବିଶେଷ ପ୍ରସଙ୍ଗ ହେଉଛି ସେଦିନ ତେହରାନର ଅନ୍ୟ ଏକ ସ୍ଥାନରେ ସରକାର ସମର୍ଥିତ ଏକ ବଡ଼ ସମାବେଶ ମଧ୍ୟ ହୋଇଥିଲା। ସେହି ସମାବେଶରେ ରିଭୋଲ୍ୟୁସନାରୀ ଗାର୍ଡ୍ସ, ବାସିଜ୍ ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ଶପଥ ନେଇଥିଲେ। ତେବେ ଦୁଇଟି ଘଟଣା ପରସ୍ପର ସହ ଜଡ଼ିତ ନଥିଲେ ମଧ୍ୟ, ସେହି ଦିନର ଦୁଇଟି ଦୃଶ୍ୟ ଇରାନର ସାମାଜିକ ପରିସ୍ଥିତିକୁ ନେଇ ଚର୍ଚ୍ଚା ବଢ଼ାଇଛି। ହିଜାବ ନିୟମ ଲାଗୁ ଥିବା ସତ୍ତ୍ୱେ ରେସ୍ରେ ମହିଳାଙ୍କ ଏଭଳି ଉପସ୍ଥିତି ଇରାନରେ ମହିଳା ସ୍ୱାଧୀନତା ଓ ହିଜାବ ନିୟମକୁ ନେଇ ଚର୍ଚ୍ଚାକୁ ପୁଣି ତୀବ୍ର କରିଛି ।