ନୂଆଦିଲ୍ଲୀ- ଟାଟା ଗ୍ରୁପ୍ର ମୂଳ କମ୍ପାନୀ Tata Sonsକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। Tata Sonsକୁ ଷ୍ଟକ୍ ମାର୍କେଟରେ ଲିଷ୍ଟ କରିବା ବା IPO ଆଣିବା ନେଇ କମ୍ପାନୀର ବୋର୍ଡ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ Tata Trustsର ଚେୟାରମ୍ୟାନ୍ ନୋଏଲ ଟାଟା ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସରଳ ଭାଷାରେ କହିଲେ, ଟାଟା ସନ୍ସ ଏବେ ଏକ ପ୍ରାଇଭେଟ୍ କମ୍ପାନୀ। ଯଦି ଏହା ଷ୍ଟକ୍ ମାର୍କେଟରେ ଲିଷ୍ଟ ହୁଏ, ତେବେ କମ୍ପାନୀର ଶେୟର ସାଧାରଣ ନିବେଶକମାନେ ମଧ୍ୟ କିଣିପାରିବେ।କିନ୍ତୁ ନୋଏଲ ଟାଟାଙ୍କ ମତ ହେଉଛି, Tata Sonsକୁ ଏଭଳି ଭାବେ ଲିଷ୍ଟ କଲେ କମ୍ପାନୀର ବର୍ତ୍ତମାନର ଚରିତ୍ର ଓ ଗଠନରେ ପରିବର୍ତ୍ତନ ଆସିପାରେ। ତେଣୁ IPOକୁ ଯିବା ପୂର୍ବରୁ RBI ସହ ଆଲୋଚନା, ଆଇନଗତ ପରାମର୍ଶ ଏବଂ ଅନ୍ୟ ବିକଳ୍ପ ଖୋଜିବା ଦରକାର ବୋଲି ସେ କହିଛନ୍ତି।

 

UPI MDR ଫି’କୁ ଭାରତପେ’ର ସମର୍ଥନ, କମ୍ପାନି କହିଲା- ଏହା ଅଶନୀର ଗ୍ରୋଭରଙ୍କ ବ୍ୟକ୍ତିଗତ ବୟାନକାହିଁକି ଲିଷ୍ଟିଂର କଥା ଆସିଲା? ଏହାର ମୁଖ୍ୟ କାରଣ ହେଉଛି RBI। Tata Sonsକୁ RBI ଏକ ‘Upper Layer’ NBFC ଭାବେ ବର୍ଗୀକୃତ କରିଛି। କମ୍ପାନୀ ଏହି ନିୟମରୁ ବାହାରିବା ପାଇଁ ନିଜର ରେଜିଷ୍ଟ୍ରେସନ୍ ଛାଡ଼ିବାକୁ ଚାହିଁଥିଲା। କିନ୍ତୁ RBI ଏହି ଆବେଦନକୁ ଖାରଜ କରିଦେଇଛି। ଫଳରେ Tata Sonsକୁ ନିୟମ ଅନୁସାରେ ଷ୍ଟକ୍ ମାର୍କେଟରେ ଲିଷ୍ଟ ହେବାର ରାସ୍ତାକୁ ଯିବାକୁ ପଡ଼ିପାରେ।

Tata Sonsରେ ଟାଟା ଟ୍ରଷ୍ଟର ପ୍ରାୟ ୬୬ ପ୍ରତିଶତ ହିସ୍ସା ରହିଛି। ତେଣୁ କମ୍ପାନୀ ଲିଷ୍ଟ ହେବ କି ନାହିଁ, ଏହି ପ୍ରସଙ୍ଗରେ Tata Trustsର ମତ ଗୁରୁତ୍ୱପୂର୍ଣ୍ଣ। ଏବେ ବୋର୍ଡ ଲିଷ୍ଟିଂ ପାଇଁ ଆଗକୁ ବଢ଼ିବାକୁ କହୁଥିବା ବେଳେ Noel Tata ଏହାର ବିରୋଧ କରିଛନ୍ତି। କେବଳ IPO ନୁହେଁ, Tata Sonsର ଚେୟାରମ୍ୟାନ୍ N. Chandrasekaranଙ୍କ କାର୍ଯ୍ୟକାଳକୁ ନେଇ ମଧ୍ୟ ମତଭେଦ ଦେଖାଦେଇଛି। ବୋର୍ଡ ତାଙ୍କୁ ଆଉ ୫ ବର୍ଷ ପାଇଁ ଚେୟାରମ୍ୟାନ୍ ରଖିବାକୁ ମଞ୍ଜୁର କରିଛି। କିନ୍ତୁ ନୋଏଲ ଟାଟା ଏହି ପୁନଃନିଯୁକ୍ତିକୁ ମଧ୍ୟ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତିକୁ ଏବେ ଶେୟରହୋଲ୍ଡରଙ୍କ ଅନୁମୋଦନ ଦରକାର।